Latest Odisha News

BREAKING NEWS

ରାଜ୍ୟପାଳଙ୍କୁ ପରୋକ୍ଷରେ ‘ପାର୍ସଲ’ କହି କଟାକ୍ଷ କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିରୋଧରେ ଉଦ୍ଧବ ଠାକୁରେ ନେତୃତ୍ବାଧୀନ ଶିବସେନା ମୋର୍ଚ୍ଚା ଖୋଲିଛି। ଦୁଇ ଦିନ ମଧ୍ୟରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ସେ ଚେତାବନୀ ଦେଇଛନ୍ତି। ନଚେତ ମହାରାଷ୍ଟ୍ର ବନ୍ଦ ପାଇଁ ଡାକରା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଦ ସମୟରେ କୌଣସି ଦଙ୍ଗା ହେବ ନାହିଁ, କିନ୍ତୁ ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ।

ଉଦ୍ଧବ ଠାକରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିବା ବେଳେ ପରୋକ୍ଷରେ ‘ପାର୍ସଲ୍’ ଶବ୍ଦ ବ୍ୟବହାର କରିଥିଲେ। ସେ କହିଥିଲେ ଯେ ‘ଏହି ପାର୍ସଲ ଯାହା ଆମାଜନରୁ ଆସିଥିଲା, ତାହା ପଳେଇଯିବା ଭଲ ହେବ ନହେଲେ ପଠାଇ ଦିଆଯିବ।’ ଏଥିପାଇଁ ସେ ଦୁଇ ଦିନ ଅପେକ୍ଷା କରିବେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏହା ପରେ ମହାରାଷ୍ଟ୍ରରେ ଏକ ବଡ ବିରୋଧ ହେବ।

ସେ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକମାନେ କୌଣସି ପରିସ୍ଥିତିରେ ଛତ୍ରପତି ଶିବାଜୀ ମହାରାଜଙ୍କ ଅପମାନକୁ ବରଦାସ୍ତ କରିବେ ନାହିଁ। ରାଜ୍ୟପାଳଙ୍କ ବିରୋଧରେ କଥାବାର୍ତ୍ତା ବେଳେ ଉଦ୍ଧବ ଠାକରେ ଏତିକିରେ ଅଟକି ନଥିଲେ, ସେ କହିଛନ୍ତି ଯେ ରାଜ୍ୟପାଳ ବର୍ତ୍ତମାନ ବୁଢା ହୋଇଯାଇଛନ୍ତି। ସେମାନେ ରାଜ ଭବନରେ ରହିବା ଉଚିତ୍ ନୁହେଁ, ସେମାନେ ବୃଦ୍ଧାଶ୍ରମରେ ରହିବା ଉଚିତ।

ଏହି ଅବସରରେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ଜୋରଦାର ବର୍ଷିଥିଲେ। ସେ କହିଛନ୍ତି ଯେ ଯେଉଁମାନେ ଦିଲ୍ଲୀ ସହାୟତାରେ ସରକାର ଚଳାଉଛନ୍ତି ସେମାନେ ରାଜ୍ୟପାଳଙ୍କ ବିରୋଧରେ କିଛି କହିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରି ଏକ ପ୍ରସଙ୍ଗରେ ଛତ୍ରପତି ଶିବାଜୀଙ୍କୁ ଉଲ୍ଲେଖ କରିଥିଲେ। ତାଙ୍କୁ ପୁରାତନ ବୋଲି କହିଥିଲେ। ଆଉ ଏହି ସମୟରେ ଏପରି ବୟାନକୁ ବିରୋଧ କରାଯାଇଥିଲା ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏହି ପ୍ରସଙ୍ଗ ଉଠାଇଥିଲେ। ଏହି ବିବୃତ୍ତିକୁ ବିରୋଧ କରି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି।

Leave A Reply

Your email address will not be published.