ମୁମ୍ବାଇ: ପୁଣି ବିବାଦରେ ବଲିଉଡ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ। ସ୍ତ୍ରୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ପଡ଼ିଛି। କିନ୍ତୁ କାହିଁକି ସେ ଅଭିଯୋଗ ଆଣିଲେ ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ଶୁକ୍ରବାର ଦିନ ପ୍ରସିଦ୍ଧ ବଲିଉଡ ଗାୟକ ଉଦିତ ନାରାୟଣ ଝା ସୁପୌଲ ପରିବାର କୋର୍ଟରେ ହାଜର ହୋଇଥିଲେ। ଏହି ମାମଲା ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ଦାୟର କରିଥିଲେ, ଯିଏ ୨୦୨୨ ମସିହାରେ ବୈବାହିକ ଜୀବନର ପୁନଃ ସ୍ଥାପନ ପାଇଁ ଏକ ମାମଲା ଦାୟର କରିଥିଲେ। ପୂର୍ବରୁ ଉଦିତ ନାରାୟଣ ଅନେକ ଥର ଶୁଣାଣିରେ ଅନୁପସ୍ଥିତ ଥିଲେ, ଯାହା ଯୋଗୁଁ କୋର୍ଟ ତାଙ୍କ ଉପରେ ଜରିମାନା ଲଗାଇଥିଲେ। ଉଦିତଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ,ବିବାହ ପରଠୁ ତାଙ୍କୁ ଆଜି ଯାଏଁ ପତ୍ନୀର ମାନ୍ୟତା ମିଳିନି ।
ବିବାହର ଏତେ ଦିନ ପରେ ବି ତାଙ୍କୁ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ସୁଯୋଗ ମିଳିନି କି ତାଙ୍କୁ କେବେ ସ୍ତ୍ରୀର ମାନ୍ୟତା ଦିଆଯାଇନି। ୨୦୨୨ ମସିହାରେ ଦାଖଲ କରାଯାଇଛି ଏହି ଅଭିଯୋଗ। ଆଉ ଏବେ ଏହି ମାମାଲର ଶୁଣାଣି ପାଇଁ ଉଦିତଙ୍କୁ ହାଜର ହେବାକୁ କୋର୍ଟରୁ ସମନ ପଠାଯାଇଥିଲା କିନ୍ତୁ ସେ ହାଜର ହୋଇନଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଖାଲି ଏତିକି ନୁହେଁ ବରଂ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପର୍କରେ ତାଙ୍କର କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ।
Comments are closed.