Latest Odisha News

BREAKING NEWS

ରାତି ଅଧିଆ ୟୁକ୍ରେନର ଡ୍ରୋନ୍ ଆକ୍ରମଣ: ନଷ୍ଟ ହୋଇଗଲା ଋଷର ୨ଟି କୋଠା

ମସ୍କୋ: ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା ମସ୍କୋ ମେୟର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ରାତିରେ ମସ୍କୋକୁ ୟୁକ୍ରେନ ଡ଼୍ରୋନ୍ ଆକ୍ରମଣ କରିଥିଲା । ଯେଉଁଥିରେ ମସ୍କୋରେ ଥିବା ଦୁଇଟି ଅଫିସ୍ କୋଠା ନଷ୍ଟ ହୋଇଯାଇଥିଲା । ଆକ୍ରମଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ଡ଼୍ରୋନ୍ ଆକ୍ରମଣ ପରେ ମସ୍କୋରେ ବିମାନ ଚଳାଚଳ ବନ୍ଦ ହୋଇଯାଇଛି ।  ଆକ୍ରମଣ କରିଥିବା ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିବା ବେଳେ ଆଟାକ ପାଇଁ ୟୁକ୍ରେନକୁ ଦାୟୀ କରିଛି କ୍ରେମଲିନ । ୟୁକ୍ରେନ ସୀମାଠାରୁ ପ୍ରାୟ ୫ ଶହ କିମି ଦୂରରେ ହୋଇଥିବା ଏହି ଆକ୍ରମଣକୁ ଆତଙ୍କୀ ହମଲା ବୋଲି କ୍ରେମଲିନ କହିଛି । ଆମେରିକା ଓ ନାଟୋ ସହଯୋଗୀଙ୍କ ବିନା ମସ୍କୋ ଉପରେ ଏଭଳି ଆକ୍ରମଣ କରିବା ୟୁକ୍ରେନ ପକ୍ଷେ ସହଜ ନୁହେଁ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି ।

ସେପଟେ ମସ୍କୋ ମେୟର୍‌ ଏନେଇ ଏକ ଟେଲିଗ୍ରାମ ପୋଷ୍ଟ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ରାତିରେ ୟୁକ୍ରେନ ଆକ୍ରମଣରେ ୨ଟି ଅଫିସ୍‌ ବ୍ଲକ୍‌ ନଷ୍ଟ ହୋଇଯାଇଛି । ଫଳର ଦୁଇଟି ଅଫିସ୍‌ର ସମ୍ମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଛି । ଏଥିରେ କେହି ଆହତ ହୋଇ ନାହାନ୍ତି ।

Leave A Reply

Your email address will not be published.