Latest Odisha News

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।
ପ୍ରଶ୍ନ ଉଠାଇଲେ ସାଧ୍ୱୀ ନିରଞ୍ଜନ ଜ୍ୟୋତି 
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ବୟାନ ଯୋଗୀ ସରକାରଙ୍କ ଅଡୁଆ ବଢାଇଛି । ପୀଡ଼ିତାଙ୍କ ମୃତଦେହକୁ ପରିବାର ଓ ଆତ୍ମୀୟଙ୍କୁ ନଦେବାକୁ ନେଇ ଆପତ୍ତି ଉଠାଇଛନ୍ତି ନିରଞ୍ଜନ ଜ୍ୟୋତି । କହିଛନ୍ତି, ଏହା ଠିକ ହୋଇନି । ମୃତଦେହକୁ ପରିବାର ଲୋକଙ୍କୁ ଦେବାର ଥିଲା ବୋଲି କହିଛନ୍ତି ସାଧ୍ୱୀ ନିରଞ୍ଜନ ଜ୍ୟୋତି ।

ରାଜନେତା ଓ ମିଡିଆକୁ ଛାଡ଼ିବାକୁ କହିଲେ ଉମା

ସେହିପରି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାଜନେତା ଓ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଯୋଗୀ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ । ସେ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି, ରାଜନେତା ଓ ଗଣମାଧ୍ୟମକୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଉ । ନହେଲେ ନିଜର ଓ ବିଜେପିର ଭାବମୂର୍ତ୍ତି ଖରାପ ହୋଇଛି ।

ହଥରସ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁକୁ କାହାକୁ ଛାଡୁନି ଉତ୍ତରପ୍ରଦେଶ ପୋଲିସ । ରାଜନେତା ହୁଅନ୍ତୁ କି ଗଣମାଧ୍ୟମ ପ୍ରତିନିଧି କାହାକୁ ଗାଁ ଭିତରେ ପୂରାଇ ଦେଉନି ପୋଲିସ । ଦିନରାତି ପହରା ଦେଇଛନ୍ତି । ଏସଆଇଟି ତଦନ୍ତ ଚାଲିଥିବାକୁ ସେଠାକୁ କାହିରାକୁ ପ୍ରବେଶ ଅନୁମତି ଦିଆଯାଉ ନଥିବା କହିଛନ୍ତି ଉତ୍ତରପ୍ରଦେଶ ସରକାର ।

Leave A Reply

Your email address will not be published.