Latest Odisha News

BREAKING NEWS

ବିବାହ ପାଇଁ କନ୍ୟା ନ ମିଳିବାରୁ ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବକ; ଚିଠିରେ ଲେଖିଛନ୍ତି…

ହାଭେରୀ: ଦୀର୍ଘ ୮ ବର୍ଷା ହେଲା ପୁଅ ପାଇଁ ଖୋଜା ଚାଲିଥିଲା କନିଆଁ। ଆଉ ୪ ବର୍ଷ ପରେ ବୟସ ୪୦ ଛୁଇଁଥାନ୍ତା। କନିଆ ଖୋଜି ଖୋଜି ନିରାଶା ବାପାମାଙ୍କ ଦୁଃଖ ସହିପାରିଲେନି ପୁଅ। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। କର୍ଣ୍ଣଟକ ହାଭେରି ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। କନ୍ୟା ନ ମିଳିବାରୁ ୩୬ ବର୍ଷୀୟ କୃଷକ ମଞ୍ଜୁନାଥ ନାଗାନୁର ଆତ୍ମହତ୍ୟା କରିଛନ୍ତି।

ପୁଲିସର ସୂଚନା ଅନୁସାରେ, ନାଗାନୁର ଗତ ୮ ବର୍ଷ ହେଲା ତାଙ୍କ ବିବାହ ପାଇଁ ଝିଅ ଖୋଜୁଥିଲେ। ହେଲେ ଅନେକ ଖୋଜାଖୋଜି ପରେ ବି ଝିଅ ମିଳୁ ନଥିଲା। ଏଥିପାଇଁ ସେ ଖୁବ୍ ଦୁଃଖିତ ଓ ନିରାଶ ଥିଲେ। ବପାମା ମଧ୍ୟ ପୁଅ  ପାଇଁ ବୋହୂ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ। ବାପାମାଙ୍କ ଦୁଃଖ ଦେଖି ନ ପାରି ନାଗାନୁର ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଆତ୍ମହତ୍ୟା କରିବା ପୂର୍ବରୁ ନାଗାନାରୁ ଏକ ହାତ ଲେଖା ଚିଠି ଛାଡ଼ି ଯାଇଛନ୍ତି। ଯେଉଁ ଚିଠିରେ ସେ ତାଙ୍କ ଦୁଃଖ କାହାଣୀ ଲେଖି ଯାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ ଝିଅ ନ ମିଳିବାରୁ ତାଙ୍କ ବାପାମା ଦୁଃଖ ଓ ଚିନ୍ତାରେ ବୁଡ଼ିଯାଇଥିଲେ। ଶେଷରେ ନାରାଶ ଓ ହାତାଶ ହୋଇ ସେ ତାଙ୍କ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ ବାୟାଡାଗି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.