Latest Odisha News

ଶିକ୍ଷାକ୍ଷେତ୍ରରେ ୯୯,୩୦୦ କୋଟିର ବଜେଟ୍‌; ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଦେଶର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ।

ଶିକ୍ଷାକ୍ଷେତ୍ର ପାଇଁ ସରକାର ଏଥର ୯୯,୩୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ କ’ଣ ସବୁ ନୀତି ଅଣାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି :-

-ଶିକ୍ଷାକ୍ଷେତ୍ରରେ ଏଫଡିଆଇ ଅଣାଯିବ ।

-ଜାତୀୟ ପୁଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଫରେନସିକ୍ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

-ତିନି ହଜାର ଦକ୍ଷତା ବିକାଶ ଅନୁଷ୍ଠାନ ନିର୍ମାଣ କରାଯିବ ଓ ୯୯,୩୦୦ କୋଟି ଟଙ୍କା ଶିକ୍ଷା ଉପରେ ଖର୍ଚ୍ଚ କରାଯିବ ।

-ଷ୍ଟଡି ଇଣ୍ଡିଆ ପ୍ରୋଗ୍ରାମ ଆରମ୍ଭ କରାଯିବ ଏବଂ ଡିପ୍ଲୋମା ପାଇଁ ବର୍ଷ ୨୦୨୧ ପର୍ଯ୍ୟନ୍ତ ୧୫୦ଟି ନୂଆ ଅନୁଷ୍ଠାନ ନିର୍ମାଣ କରାଯିବ । ଡିଗ୍ରୀ ସ୍ତରର ଅନଲାଇନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ ହେବ ।

– ଜିଲ୍ଲା ହସ୍ପିଟାଲରେ ମେଡିକାଲ କଲେଜ୍ ଖୋଲିବା ପାଇଁ ବିଚାର କରିଛନ୍ତି ।

-ଜାତୀୟ ମୋବାଇଲ ନିର୍ମାଣ ଯୋଜନାର ମଧ୍ୟ ଲକ୍ଷ୍ୟ ରହିଛି । ଜାତୀୟ ବସ୍ତ୍ର ନିର୍ମାଣ ମିଶନକୁ ମଧ୍ୟ ମଂଜୁରୀ ମିଳିଛି ।

-ବିଦେଶରେ ଚାକିରୀ କରିବା ପାଇଁ ନର୍ସ, ଶିକ୍ଷକ ପ୍ରସ୍ତୁୂତ କରାଯିବ ।

-ନୂଆ ଶିକ୍ଷାନୀତି ପାଇଁ ରାଜ୍ୟଗୁଡିକ ସହିତ କଥାବାର୍ତ୍ତା କରିବେ । ଭାରତ ଉଚ୍ଚ ଶିକ୍ଷାର ହବ୍ ରେ ପରିଣତ ହେବ ।

Leave A Reply

Your email address will not be published.