Latest Odisha News

BREAKING NEWS

ରେଳ ବଜେଟ୍: ଷ୍ଟେସନ ଉନ୍ନତିକରଣ ଉପରେ ଦିଆଯିବ ଅଧିକ ଧ୍ୟାନ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନା କରୁଛନ୍ତି ଚଳିତ ଆର୍ଥିକ ବର୍ଷର ସଧାରଣ ବଜେଟ । ବିଭିନ୍ନ ବିଭାଗ ସହ ରେଳ ବିଭାଗ ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ ।

ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ରେଲୱ ପାଇଁ କରିଛନ୍ତି ଅନେକ ବଡ଼ ଘୋଷଣା ।

-ରେଲୱେରେ ଆୟ ବହୁତ କମ ହୋଇଥିବା ବେଳେ ଏହାର ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି । ଏଥିପାଇଁ ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ସ୍ଥାପନା କରାଯିବ  ।

-ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ ।

-୧୧ ହଜାର କିମି ଟ୍ରାକର ବିଦ୍ୟୁତୀକରଣ ବ୍ୟବସ୍ଥା କରାଯିବ ।

-ସୋଲାର ପାୱାର ଗ୍ରିଡ଼ ରେଳ ଧାରଣା କୋଣରେ ତିଆରି କରିବା ପାଇଁ ଯୋଜନା ହୋଇଛି ।

-ଦେଶରେ ତେଜସ୍ ପରି ଆଉ ଅଧିକ ଟ୍ରେନ୍ ଗଡ଼ିବ । ତେଜସ୍ ଟ୍ରେନ୍ ଜରିଆରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯିବ ।

-୫୫୦ ରେଲୱ୍ୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ କରାଯିବ ।

-ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍ ସିଷ୍ଟମ୍ ତିଆରି ହେବ । ଏଥିରେ ପାଖାପାଖି ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.