Latest Odisha News

BREAKING NEWS

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ ଆଉ ନାହିଁ ଚିନ୍ତା, ଦେଶରେ ଆରମ୍ଭ ହେଲା ହାଇଡ୍ରୋଜେନ ଚାଳିତ ବସ ସେବା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଆରମ୍ଭ ହୋଇଛି ହାଇଡ୍ରୋଜେନ ଚାଳିତ ବସ୍ ସେବା । ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦେଶ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଭବିଷ୍ୟତରେ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ ।

ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ୨୫% ଶକ୍ତି ଚାହିଦା ଥିବା ଦେଶ ଭାବରେ ପରିଣତ ହେବ । ଭବିଷ୍ୟତରେ ସବୁଜ ହାଇଡ୍ରୋଜେନ ରପ୍ତାନିରେ ଭାରତ ଚାମ୍ପିୟନ ହେବ । ବିଶ୍ୱର ହାଇଡ୍ରୋଜେନ୍ ଚାହିଦା ୨୦-୭ ସୁଦ୍ଧା ୪-୭ ଗୁଣ ଅର୍ଥାତ୍ ୫୦୦-୮୦୦ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ, ଘରୋଇ ସବୁଜ ହାଇଡ୍ରୋଜେନର ଚାହିଦା ୨୦୫୦ ସୁଦ୍ଧା ୪ ଗୁଣ ଅର୍ଥାତ୍ ୨୫-୨୮ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ପ୍ରତିଦିନ ନୂଆ ଟେକ୍ନୋଲୋଜି ଦେଖାଯାଉଥିବାବେଳେ ଅନ୍ୟ ପଟେ ପ୍ରାୟ ସମଗ୍ର ବିଶ୍ୱ ଭୟଙ୍କର ପ୍ରଦୂଷଣର ସମ୍ମୁଖୀନ ହେଉଛି। ଯେଉଁଥିପାଇଁ ବିଭିନ୍ନ ଦେଶର ସରକାର ଏଥିପାଇଁ ଉଦ୍ୟମ କରୁଛନ୍ତି | ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ମଧ୍ୟ ଜନସାଧାରଣମାନଙ୍କୁ ଯଥାଶୀଘ୍ର ବୈଦ୍ୟୁତିକ ଯାନ ଗ୍ରହଣ କରିବାକୁ ପ୍ରେରିତ କରୁଛି । ଯେଉଁଥିପାଇଁ ଆଜି ଭାରତରେ ପ୍ରଥମ ହାଇଡ୍ରୋଜେନ୍ ଚାଳିତ ବସ୍ ଲଞ୍ଚ କରାଯାଇଛି । ଦେଶ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଭବିଷ୍ୟତରେ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

Leave A Reply

Your email address will not be published.