Latest Odisha News

BREAKING NEWS

କାହିଁକି ଏଠାରେ ବେଙ୍ଗକୁ ପୂଜା କରନ୍ତି ଲୋକ ?

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ  ମଠ ମନ୍ଦିର ରହିଛି । ଆପଣମାନେ ଜାଣିଥିବେ , ସବୁଠି ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରାଯାଏ  । ହେଲେ ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ଯେଉଁଠି ଲୋକମାନେ ବେଙ୍ଗକୁ ପୂଜାର୍ଚ୍ଚନା କରନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ମୀମପୁର ଖେରୀ ଗାଁରେ ରହିଛି ଏହି ମନ୍ଦିର । ଏଠାରେ ଭଗବାନ ଶିବ ଏକ ବେଙ୍ଗ ପିଠିରେ ବସିଛନ୍ତି  । ଏବଂ ଏଠାରେ ବେଙ୍ଗକୁ ମଧ୍ୟ ତାଙ୍କ ସହିତ ପୂଜା କରାଯାଉଛି । ଏହାକୁ ବେଙ୍ଗ ମନ୍ଦିର ମଧ୍ୟ କୁହାଯାଏ ।  ଦେଶର କୋଣ ଅନୁକୋଣରୁ ବହୁ ଭକ୍ତ ଏଠାକୁ ପୂଜାର୍ଚ୍ଚନା କରିବାକୁ ଆସନ୍ତି ।  ଏହି ମନ୍ଦିର ୨୦୦ ବର୍ଷ ପୁରୁଣା  ।

କୁହାଯାଏ ଓୟଲ ଶୈବ ସମ୍ପ୍ରଦାୟର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା। ଆଉ ଏଠାକାର ଶାସକ ଶିବ ଉପାସକ ଥିଲେ। ଏହି ଅଞ୍ଚଳ ୧୧୦୦ ଶତାବ୍ଦୀରୁ ୧୯୦୦ ଶତାଦ୍ଦୀ ପର୍ଯ୍ୟନ୍ତ ଚାହମାନ ଶାସକଙ୍କ ଅଧିନରେ ଥିଲା। ଚାହମାନ ବଂଶର ରାଜା ବଖାତ୍‌ ସିଂ ଏହି ନିଆରା ମନ୍ଦିରର ନିର୍ମାଣ କରିଥିବା କୁହାଯାଏ। ତେବେ ବନ୍ୟା ଓ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇଁ ଏହି ମନ୍ଦିରର ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି। ବେଙ୍ଗ ମନ୍ଦିରର ଅନ୍ୟ ଏକ ବିଶେଷତ୍ବ ହେଉଛି , ଏଠାରେ ଶିବଲିଙ୍ଗ ରଙ୍ଗ ବଦଳାଇଥାନ୍ତି ।

ଆପଣ ଏଠାରେ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଇବେନି ।  ଶ୍ରାବଣ ମାସରେ ବହୁ ଭକ୍ତ ଏଠାକୁ ଜଳାଭିଷେକ କରିବାକୁ ଆସନ୍ତି । ଦୀପାବଳୀ ବେଳେ ମଧ୍ୟ ଏଠାରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୁଏ  ।ଏଠାକୁ ଆସିବାକୁ ହେଲେ ଆପଣଙ୍କୁ ପ୍ରଥମେ ଲକ୍ଷ୍ମୀମପୁରକୁ ଆସିବାକୁ ପଡିବ । ଆପଣ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ଲକ୍ଷ୍ମୀମପୁରରୁ ଓୟାଲକୁ ଯାଇପାରିବେ । ଯଦି ଆପଣ ବିମାନ କିମ୍ବା ଟ୍ରେନରେ ଆସିବାକୁ ଚାହାଁନ୍ତି, ତେବେ ଏଠାରୁ ନିକଟତମ ବିମାନବନ୍ଦର ଏବଂ ରେଳ ଷ୍ଟେସନ ହେଉଛି ଲକ୍ଷ୍ନୌ  ।  ଏଠାରୁ ଆପଣ ଲକ୍ଷ୍ମୀମପୁର ପାଇଁ ବସ୍ ପାଇପାରିବେ ।

Leave A Reply

Your email address will not be published.