Latest Odisha News

BREAKING NEWS

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଉନ୍ନାଉର ସଫିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କାନପୁରରେ ଜଣେ ଯୁବକଙ୍କ ସହ ଯୁବତୀଙ୍କର ବିବାହ ହେବାକୁ ଥିଲା  । ବିବାହ ସମୟ ପୂର୍ବରୁ ବରଯାତ୍ରୀ ମାନେ କନିଆଙ୍କ ଘରେ ପହଞ୍ଚିଥିଲେ  । ଆଉ ବିବାହ ବେଦୀକୁ ଉଭୟ ବର କନ୍ୟା ଯାଇଥିଲେ ସେହି ସମୟରେ ବରଣମାଳାର ବିଧି ଆୟୋଜିତ ହୋଇଥିଲା । ବର କନ୍ୟାକୁ ବରଣମାଳା ପିନ୍ଧାଇବା ସମୟରେ ମଦ୍ୟପାନ ଯୋଗୁଁ ଟଳମଳ ହୋଇଥିଲେ  । ଏଥିରେ କନ୍ୟା ଜଣକ ରାଗିଯାଇ ବିବାହ କରିବାକୁ ମନା କରିଦେଇଥିଲେ  । ପରିବାର ଲୋକ କନ୍ୟାକୁ ବହୁ ବୁଝାସୁଝା କରିଥିଲେ ମଧ୍ୟ କନିଆ ଜଣକ ବୁଝି ନଥିଲେ  । କନିଆଙ୍କ କହିବା ମୁତାବକ, ଯେଉଁ ପୁରୁଷ ବର୍ତ୍ତମାନ ନିଜର ବଦଭ୍ୟାସ ଛାଡ଼ିପାରୁନି ଭବିଷ୍ୟତରେ ସେ କଣ କରିବ ବୋଲି ପ୍ରଶ୍ନ ବାଢ଼ିଥିଲେ ? ଫଳରେ ବିବାହ ଭାଙ୍ଗିଯାଇଥିଲା ।

ତେବେ ଏହି ବିବାହ ଭାଙ୍ଗିବା କଥାକୁ ନେଇ ପୁଅ ଘର ସଫିପୁର ଥାନାରେ ଅଭିଯୋଗ କରିଥିଲେ  । ପରେ ଉଭୟଙ୍କ ମଧ୍ୟରେ ଟଙ୍କା,ସୁନା ନେଣଦେଣ କଥା ଉଠାଇ ଫେରାଇବାକୁ ଅଭିଯୋଗ କରିଥିଲେ  ।  ଥାନା ଅଧିକାରୀ ଅଭାନିଶ ସିଂ କହିଛନ୍ତି ଯେ ଥାନାରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଛି  । ବିବାହରେ ଉଭୟ ପକ୍ଷରୁ ବିନିମୟ ହୋଇଥିବା ସମସ୍ତ ଉପହାର ଫେରସ୍ତ କରିବାକୁ ଉଭୟ ସହମତି ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.