Latest Odisha News

BREAKING NEWS

ବ୍ୟାଟିଂ ପରେ ବୋଲିଂରେ ଭାରତୀୟ ଖେଳାଳିଙ୍କ କମାଲ, ଫଲୋଅନ ଏଡାଇବା ପାଇଁ ବାଂଲାଦେଶର ସଂଘର୍ଷ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ବାଂଲାଦେଶ ବ୍ୟାଟ୍ସମ୍ୟାନ ଏବେ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮ ୱିକେଟ ହରାଇ ୧୩୩ ରନ କରିଛି । ଫଲୋଅନ ଏଡାଇବା ପାଇଁ ସେମାନଙ୍କୁ ଆଉ ୭୨ ରନର ଆବଶ୍ୟକ ହେଉଛି । ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୮/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଶ୍ରେୟାଶ ଆୟାର ୮୬ ରନ କରି ଆଉଟ ହେବା ପରେ ରବିଚନ୍ଦ୍ରନ ଅଶ୍ୱୀନ ୫୮ ଓ କୁଲଦୀପ ଯାଦବ ୪୦ ରନର ଇନିଂସ ଖେଳିଥିଲେ । ବାଂଲାଦେଶ ପକ୍ଷରୁ ତାଜିଉଲ ଇସଲାମ ଓ ମେହେଦି ହାସନ ମିରାଜ ୪ଟି ଲେଖାଁଏ ୱିକେଟ ନେଇଥିଲେ ।

ବାଂଲାଦେଶ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ଝଟକା ଖାଇଥିଲା । ନାଜିମୁଲ ହୁସେନ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ । ଏହା ପରେ ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ଯୋଗୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଉଭୟ ଯଥାକ୍ରମେ ୪ଟି ଓ ୩ଟି ୱିକେଟ ନେଇଥିଲେ । ମୁସଫିକର ରହିମ ଦଳ ପକ୍ଷରୁ ସର୍ବାଧିକ ୨୮ ରନ କରିଥିଲା । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ପାଇଁ ପ୍ରଥମେ ବାଂଲାଦେଶ ବିପକ୍ଷ ୨ଟି ଟେଷ୍ଟ ଭାରତକୁ ଜିତିବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.