Latest Odisha News

BREAKING NEWS

ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ଉତ୍ତରପ୍ରଦେଶ ରାଜନୀତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ରାଜନୀତି ପାର୍ଟି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସମାଜବାଦୀ ପାର୍ଟିର୍ ପରେ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶରେ ୫୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବଳକା ଥିବା ଅନ୍ୟ ଆସନ ପାଇଁ ଜଲଦି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଉତ୍ତରପ୍ରଦେଶରେ ୨୫ ଟି ଲୋକସଭା ଆସନ ଏବଂ ଚାରୋଟି ଖାଲି ବିଧାନସଭା ଆସନ ପାଇଁ ବିଜେପି ନିଷ୍ପତ୍ତି ନେଇଛି।

ୟୁପି ବସିଥିବା କୌର କମିଟି ବୈଠକରେ ପ୍ରସ୍ତାବିତ ନାମ ଗୁଡ଼ିକ ଉପରେ ମାନସ ମନ୍ଥନ କରାଯାଇ ଚୂଡ଼ାନ୍ତ ନିଷ୍ପତି କରାଯାଇଛି । ପଳ ପ୍ରତ୍ୟେକ ଆସନ ପାଇଁ ୩ଟି ନାମ କେନ୍ଦ୍ରୀୟ ନେତୃତ୍ବକୁ ପଠାଇବ । କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ । ମାର୍ଚ୍ଚ ୮ରେ ସଂସଦୀୟ ବୋର୍ଡର ଏକ ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଭାରତୀୟ ଜନତା ପାର୍ଟି ଗତ ଶନିବାର ଅର୍ଥାତ ମାର୍ଚ୍ଚ ୨ ତାରିଖ ଦିନ ଉତ୍ତରପ୍ରଦେଶ ୫୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ବାରବାଙ୍କି ଲୋକସଭା ଆସନରୁ ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ସେହିପରି ବିଜନୌର, ବାଗପତରେ ମହାମେଣ୍ଟକୁ ନେଇ ଆରଏଲଡି ନିଜ ନାମ ଘୋଷଣା କରିଛିୁ । ଏହାରି ଭିତରେ ୨୮ ଆସନରେ ପ୍ରାର୍ଥୀ ଘୋଷଣା କରାଯିବ । ୨୫ ଆସନ ପାଇଁ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବୈଜୟନ୍ତ ପଣ୍ଡା, ଭୁପେନ୍ଦ୍ର ସିଂ ଚୌଧୁରୀ, ବ୍ରଜେଶ ପାଠକ, କେଶବ ପ୍ରସାଦ ମୋର୍ଯ୍ୟା ଏବଂ ଧର୍ମପାଳର କୌର ଟିମ୍ ଏନେଇ ବିଚାର କରିଛନ୍ତି ।

Leave A Reply

Your email address will not be published.