Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ ସର୍ଦ୍ଦାର” ।

ସ୍ୱାଧୀନତା ସଂଗ୍ରାମୀ ଶହୀଦ ରଘୁ ସର୍ଦ୍ଦାରଙ୍କ ବୀରତ୍ୱ ଗାଥାକୁ ନେଇ ନିର୍ମିତ ଏହି ଫିଲ୍ମରେ ଦେବାଶିଷ ପାତ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ଫିମେଲ ଲିଡ୍ ରୋଲରେ ଆସୁଛନ୍ତି କାବ୍ୟା କିରଣ । ଐତିହାସିକ କାହାଣୀ ଉପରେ ଫିଲ୍ମକୁ ନିର୍ମାଣ କରିବାକୁ ମନସ୍ତ କରି ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିଶ୍ୱନାଥ ପଟ୍ଟନାୟକ ।

ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ଜିନ୍ନା, ରୁଦ୍ର, ଟ୍ୱିଙ୍କଲ୍‌, ସନ୍ତୋଷ ଓ ଖୋଦ ନିର୍ଦ୍ଦେଶିକ ରାଜୀବ ମହାନ୍ତି ମଧ୍ୟ ଅଭିନୟ କରିଛନ୍ତି । ଲୋକବିକାଶ ସିନେ ପ୍ରଡକ୍ସନ ବ୍ୟାନର ତଳେ ନିର୍ମିତ ହୋଇଥିବା ଏହି ଫିଲ୍ମର ଗୀତଗୁଡିକ ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଓ ରଂଜନ ଦାଶ ରଚନା କରିଛନ୍ତି । ଅନ୍ୟପଟେ ବିକାଶ ଶୁକ୍ଳାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଦିପ୍ତୀରେଖାଙ୍କ ଭଳି ଆଗଧାଡିର କଣ୍ଠଶିଳ୍ପୀଙ୍କ ସ୍ୱର ଏହି ଫିଲ୍ମକୁ ନିଶ୍ଚିତ ଭାବେ ସମସ୍ତଙ୍କଠୁ ଭିନ୍ନ କରିଛି ।

ଦମଦାର କାହାଣୀ, ଅଖିଦୃଶିଆ ଷ୍ଟାରକାଷ୍ଟ ଓ ମନଲୋଭା ଗୀତଗୁଡିକୁ ନେଇ ଫିଲ୍ମଟି ନିଶ୍ଚିତ ଭାବେ ସଫଳ ହେବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ । ଅପ୍ରେଲ୍ ୨୫’ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.