Latest Odisha News

BREAKING NEWS

୨୫ କିଲୋମିଟର ସ୍କୁଟି ଚଳାଇଲେ ସ୍ମୃତି, ଦିଦିଙ୍କୁ କହିଲେ ତୁମ ସମୟ ଗଲାଣି

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏବଂ ଟିଏମସି ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଗୁରୁବାର ମମତା ବାନାର୍ଜୀଙ୍କ ସ୍କୁଟି ରାଲୀକୁ ଟାର୍ଗେଟ କରି ଆଜି ବିଜେପିର ବରିଷ୍ଠ ନେତ୍ରୀ ସ୍ମୃତି ଇରାନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ସୋନାରପୁର ଅଂଚଳରେ ୨୫ କିଲୋମିଟର ସ୍କୁଟି ଚଳାଇବା ସହ ଦିଦି ତୁମ ସମୟ ଗଲାଣି ବୋଲି କହିଛନ୍ତି । ତୁମ କାର୍ଯ୍ୟକାଳ ସମୟରେ ବେଙ୍ଗଲକୁ କେବଳ ହିଂସା ମିଳିଛି ।

ଲୋକତନ୍ତ୍ରର ଅଧ୍ୟାୟ ତୁମେ ଏଠାରେ ଶେଷ କରି ଦେଇଛ । ଏବେ ସେହି ପଶ୍ଚିମବଙ୍ଗ ଜନତା ତୁମକୁ ହରାଇବେ ବୋଲି କହିଛନ୍ତି । ଗୁରୁବାର ମମତା ତେଲ ରେଟ ବଢ଼ିବା ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଇ-ସ୍କୁଟି ରାଲୀ ବାହାର କରିଥିଲେ । ସ୍ମୃତୀଙ୍କ ଜୋରଦାର ରାଲୀ ପରେ ମୁକାବିଲାକୁ ଆହୁରି ରୋମାଂଚିତ କରି ଦେଇଛି ।

Leave A Reply

Your email address will not be published.