Latest Odisha News

BREAKING NEWS

ରାସ୍ତାରେ ରଖି ପାରିବେନି ଅଚଳ ଗାଡ଼ି; ଉଠାଇ ନେବ ବିଏମସି

ଭୁବନେଶ୍ୱର:ଆଉ ଏଣିକି ରାସ୍ତାରେ ରହିବନି ଅଚଳ ଗାଡି । ଅଚଳ ଗାଡିକୁ କେଉଁଠି ରଖିବେ, କେମିତି ରଖିବେ ସେ ଦାୟତ୍ୱ ମାଲିକଙ୍କର । ଯଦି ଭୁଲରେ ବି ରାସ୍ତାରେ ଅଚଳ ଗାଡି ରଖୁଥାନ୍ତି ତେବେ ସାବଧାନ ! ଦେଖିବା ମାତ୍ରେ ଉଠାଇ ନେବ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।  ବିଏମସି ପକ୍ଷରୁ ଏପରି ନୋଟିସ ଜାରି କରାଯାଇଛି ।

ବିଏମସି ପକ୍ଷରୁ ଏକ ନାେଟିସ ଜାରି କରାଯାଇ କୁହାଯାଇଛି, ରାସ୍ତାରେ ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଟେିକିନେବ ବିଏମସି  । ଖାଲି ଅଚଳ ଗାଡ଼ି ନୁହେଁ, ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାର ବି ରାସ୍ତାକଡରେ ରଖି ହେବ ନାହିଁ ।

ବିଏମସି ପକ୍ଷରୁ  କୁହାଯାଇଛି, ଏପରି ଗାଡି ରଖୁଥିଲେ ପ୍ରଥମେ ମାଲିକଙ୍କୁ ତାଗିଦ କରାଯିବ । ବିଏମସି ପକ୍ଷରୁ ନୋଟିସ ଦିଆଯିବ । ଏପରିକି ୭ ଦିନ ସମୟ ମଧ୍ୟ ଦିଆଯିବ। ତା ଭିତରେ ଯଦି ଗାଡି ହଟା ନ ଗଲା ତେବେ  ଗାଡି ଉଠାଇ ନେବ ବୋଲି ବିଏମସି ତାଗିଦ କରିଛି ।

ପ୍ରଥମେ ବିଏମସି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ରାସ୍ତାକଡରେ ଥିବା ଅଚଳ ଗାଡିରେ ବିଏମସି କର୍ମଚାରୀ ଆସି  ନୋଟିସ୍ ଲଗାଇ ଦେଇ ଯାଇଛନ୍ତି । ବିଏମସସି ପକ୍ଷରୁ ଏ ନେଇ କୁହାଯାଇଛି, ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗୁଛନ୍ତି  । ତେଣୁ ଏପରି ଗାଡିକୁ ରାସ୍ତାରୁ ହଟାଯିବ ବୋଲି ବିଏମସି ଟୁଇଟ କରି ଅବଗତ କରାଇଛି ।

ତେବେ ଏହି ଅଭିଯାନ ଖାଲି ରାଜଧାନୀ ନୁହେଁ,   ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗୁ କରାଯିବ । ଯେଉଁଠି ରାସ୍ତାକଡ଼ରେ ଅନେକ ଅଚଳ ଗାଡ଼ି ପଡ଼ି ରହିଥିବା ଦେଖିବାକୁ ମିଳିବ ସେଠାରୁ ହଟାଯିବ ।  ବିଏମ୍‌ସିର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

 

Leave A Reply

Your email address will not be published.