Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କୁ ପୁଣି ଝଟକା; ନ୍ୟାୟିକ ହେପାଜତ ମେ ୩୧ କୁ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ ଝଟକା । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟରେ ହାଜର ହୋଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ମେ 31 ରେ ରାଉସ୍ ଆଭେନ୍ୟୁ କୋର୍ଟରେ ହେବ । ଅନାବଶ୍ୟକ ଦଲିଲ ଗୁଡ଼ିକୁ ପରୀକ୍ଷା କରିବା ପାଇଁ କେତେ ସମୟ ଲାଗିବ ବୋଲି କୋର୍ଟ ଅଭିଯୁକ୍ତଙ୍କୁ ଲିଖିତ ଭାବେ ଜଣାଇବାକୁ କହିଥିଲେ ।

ତେବେ ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ମନୀଷ ସିସୋଦିଆ ଜାମିନ ମାଗିଥିଲେ । ଆସନ୍ତା ୨୫ ତାରିଖ ଦିନ ଦିଲ୍ଲୀର ସମସ୍ତ ୭ଟି ଆସନରେ ଭୋଟ୍ ଗ୍ରହଣ ହେବ । ଏଭଳି ପରିସ୍ଥିତିରେ ସିସୋଦିଆ ନିର୍ବାଚନ ପ୍ରଚାର ସମ୍ପର୍କରେ କୋର୍ଟରେ ଆବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ସଜା କାଟୁଛନ୍ତି । ଗତ ବର୍ଷ ୨୬ ଫେବୃଆରୀ ୨୦୨୩ ରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କ ର ଜାମିନ ନେଇ କୌଣସି ପ୍ରକାରର ଆଶ୍ବସ୍ତି ମିଳିନାହିଁ । ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବରୁ ମନୀଷଙ୍କ ନ୍ୟାୟିକ ହେପାଜତକୁ ଅନେକ ଥର ବୃଦ୍ଧି କରିସାରିଛନ୍ତି ।

Leave A Reply

Your email address will not be published.