Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶାର ଇନିଂସ ପରାଜୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳର ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହୁ ନାହିଁ । ଶୁକ୍ରବାର ଉତରାଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଅନ୍ତିମ ଦିବସରେ ଓଡିଶା ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଏଥିସହ ଉତରାଖଣ୍ଡ ଏକ ଇନିଂସ ୯୯ ରନରେ ବିଜୟ ହାସଲ କରିଛି । ଅନୁରାଗ ଷଡଙ୍ଗୀ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଓଡିଶା ପକ୍ଷରୁ ଭଲ ପ୍ରଦର୍ଶନ କରିଥିଲେ । ସେ ୯୩ ରନ କରି ଆଉଟ ହେବା ପରେ ତାସ ପତା ପରି ଭୁଷୁଡି ପଡିଥିଲା ଓଡିଶା ଟିମ । ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ଉତରାଖଣ୍ଡ ପକ୍ଷରୁ ଅଭୟ ନେଗୀ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ମଧୁୱାଲଏ ଓ ମୟଙ୍କ ମିଶ୍ର ୨ଟି ଲେଖାଁଏ ୱିକେଟ ନେଇଥିଲେ । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ୪୭୭ ରନ କରିଥିଲା । ଜୀବନଜ୍ୟୋତ ସିଂ ୨୧୮ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.