Latest Odisha News

BREAKING NEWS

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ବିରୋଧୀ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିବା ବେଳେ ଡିଜିପି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଆଜି କ୍ରାଇମବ୍ରାଞ୍ଚ ସହ ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବର ସାଇଣ୍ଟିଫିକ୍ ଟିମ୍ କଣ୍ଟାବାଞ୍ଜି ସବଜେଲକୁ ଯାଇ ଅନୁଧ୍ୟାନ କରିଛନ୍ତି । ଜେଲ୍ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନରେ ତାଙ୍କ ଉଚ୍ଚତାର ଜଣେ ଲୋକଙ୍କୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ଗୋବିନ୍ଦ ବ୍ୟବହାର କରିଥିବା ସମାନ ଧରଣର କାଠ ଗଣ୍ଡି ସହ ଗାମୁଛାକୁ ନେଇ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହ ଗୋବିନ୍ଦଙ୍କ ପୋଷ୍ଟମର୍ଟମ ବେଳର ଡିଭିଡି, ଫଟୋଗ୍ରାଫ, ଭିଡିଓକୁ କ୍ରାଇମବ୍ରାଞ୍ଚ ଜବତ କରିଛି । ଘଟଣା ସମ୍ପର୍କରେ ଅନ୍ତେବାସୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । ଗତ ୨୦ ତାରିଖରେ ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିଥିଲେ । ତାଙ୍କ ପକେଟରୁ ଏକ ଲଫାପା ମିଳିଥିଲା । ଯାହାକି ଗୋବିନ୍ଦ ତାଙ୍କ ଝିଅକୁ ଲେଖିଥିଲେ ।

Leave A Reply

Your email address will not be published.