Latest Odisha News

BREAKING NEWS

ରେସଲର ବଜରଙ୍ଗ ପୂନିଆଙ୍କୁ ୨୦୨୪ ଶେଷ ପର୍ଯ୍ୟନ୍ତ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ

ନୂଆଦିଲ୍ଲୀ: ଦି ୟୁନାଇଟେଡ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଗୁରୁବାର ଭାରତୀୟ ରେସଲର ବଜରଙ୍ଗ ପୂନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କରିଛି । ନାଡାର ରିପୋର୍ଟ ପାଇବା ପରେ ଆନ୍ତର୍ଜାତୀୟ ସଂଘ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଲାଗୁ ରହିବ ବୋଲି ଘୋଷଣା କରିଛି । ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ଆଂଟି ଡୋପିଂ ନିୟମରେ ବ୍ୟତିକ୍ରମ କରିଥିଲେ । ବଜରଙ୍ଗଙ୍କୁ ଏ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରୀ କରାଯାଇଛି । ଯଦି ତାଙ୍କ ଉତରରେ ନାଡା ସନ୍ତୋଷ ବ୍ୟକ୍ତ କରେ ତାହାହେଲେ ଦଣ୍ଡାଦେଶ କମିପାରେ । ଯଦି ଏହା ନ ହୁଏ ତେବେ ୨ ବର୍ଷ ପାଇଁ ସେ ବାସନ୍ଦ ହୋଇ ପାରନ୍ତି ।

ଅଲିମ୍ପିକ କ୍ୱାଲିଫାୟର ପୂର୍ବରୁ ସେ ଡୋପ ନମୂନା ଦେବାକୁ ମନା କରିଥିଲେ । ଏହାର କାରଣରେ ସେ କହିଥିଲେ ତାଙ୍କୁ ଦିଆ ଯାଇଥିବା କିଟର ସମୟସୀମା ଶେଷ ହୋଇ ଯାଇଥିଲା । ବଜରଙ୍ଗଙ୍କ ପ୍ୟାରିସ ଅଲିମ୍ପିକରେ ଅଂଶଗ୍ରହଣ କରିବା ଆଶା କ୍ଷୀଣ ହୋଇଛି । ନାଡା ପ୍ୟାନେଲର ଶୁଣାଣୀ ପରେ ବଜରଙ୍ଗଙ୍କ ଉପରେ ଦଣ୍ଡାଦେଶ ଲାଗୁ ରହିବ କି ନାହିଁ ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.