ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ… ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ତାଙ୍କର ଏହି ଧୂଆଁଧାର ଇନିଂସରେ ୧୧ଟି ଛକା ସାମିଲ ଥିଲା ଏବଂ ଷ୍ଟ୍ରାଇକ ରେଟ ୨୬୫ରୁ ଅଧିକ ରହିଥିଲା। ବୈଭବ ଏପର ଏକ ଇନିଂସ ଜରିଆରେ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ତ କ’ଣ, ସମଗ୍ର କ୍ରିକେଟ ଇତିହାସରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି। ପେସାଦାର କ୍ରିକେଟରେ ଏ ପର୍ଯ୍ୟନ୍ତ କୌଣସି ଖେଳାଳି ୧୪ ବର୍ଷ ବୟସରେ ଶତକ ହାସଲ କରିନାହାନ୍ତି।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଏହା ସହିତ ସେ ଏପରି ଟୁର୍ଣ୍ଣାମେଣ୍ଚ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି। ତାଙ୍କୁ ଏହି ରେକର୍ଡ ପାଇଁ ୟୁସୁଫ ପଠାନଙ୍କୁ ପଛରେ ପକାଇବାକୁ ପଡ଼ିଥିଲା, ଯିଏ ୨୦୦୮ରେ ୩୭ ବଲରେ ଶତକ ହାସଲ କରିଥିଲେ। ମଜାର କଥା ହେଲା, ସେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କର ଜନ୍ମ ମଧ୍ୟ ହୋଇନଥିଲା। ତେବେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ଶତକ କ୍ରିସ ଗେଲଙ୍କ ନାମରେ ରହିଛି, ଯିଏ ୩୦ ବଲରେ ଏହି କାରନାମା କରିଥିଲେ।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ କ୍ୟାରିଅରରେ ପ୍ରଥମ ତିନୋଟି ପାଳିରେ ସର୍ବାଧିକ ୧୬ଟି ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ବ୍ରେଣ୍ଡନ ମ୍ୟାକକୁଲମଙ୍କ ୧୫ଟି ଛକାର ରେକର୍ଡକୁ ଭାଙ୍ଗିଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ଏକ ଆଇପିଏଲ ମ୍ୟାଚରେ ସବୁଠାରୁ କମ ବୟସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ମଧ୍ୟ ହୋଇଛନ୍ତି। ଗୁଜରାଟ ବିପକ୍ଷରେ ସେ ୧୧ଟି ଛକା ମାରିଥିଲେ, ଯାହା ମୁରଲୀ ବିଜୟଙ୍କ ରେକର୍ଡକୁ ଭାଙ୍ଗିଛି। ଏହା ସହିତ ବୈଭବ ଏକ ଆଇପିଏଲ ପାଳିରେ ସର୍ବାଧିକ ଛକା ମାରିଥିବା ଅଣକ୍ୟାପଡ ଭାରତୀୟ ଖେଳାଳି ହୋଇଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ଓଭରରେ ଶତକ ହାସଲ କରିଥିବା ଭାରତୀୟ ଖେଳାଳି ହୋଇଛନ୍ତି। ସେ ୧୦.୨ ଓଭରରେ ଶତକ ହାସଲ କରିଥିଲେ। ତେବେ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି, ଯିଏ ୮.୫ ଓଭରରେ ଶତକ ହାସଲ କରିଥିଲେ।
Comments are closed.