Latest Odisha News

BREAKING NEWS

ବର୍ଷା ଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ ଏହି ୧୦ ଉପାୟ

ଭୁବନେଶ୍ୱର: ଗ୍ରୀଷ୍ମର ପ୍ରଚଣ୍ଡ ଖରା ପରେ ମୌସୁମୀ ଆସିଲେ ଖୁବ୍ ଆରାମ ଲାଗେ। ବର୍ଷାର ବୁନ୍ଦା ବୁନ୍ଦା ପାଣିରେ ସମସ୍ତେ ଭିଜିବାକୁ ଆଗେଇ ଆସିଥାନ୍ତି।

ଯଦି ଆପଣମାନେ ମଧ୍ୟ ବର୍ଷାର ମଜା ନେଉଛନ୍ତି, ତେବେ ନିଜ ଶରୀର କଥା ଜମାରୁ ଭୁଲି ଯିବେ ନାହିଁ। କାରଣ ବର୍ଷା ଋତୁରେ ଆପଣଙ୍କୁ ଭୁତାଣୁ ଜନିତ ଜ୍ଵର,ଲେପ୍ଟୋସ୍ପାଇରସ ଏବଂ ଆଲର୍ଜି ଭଳି ଅନେକ ରୋଗ ହୋଇ ପାରେ।

ତେଣୁ ଏହି ସମୟରେ ନିଜର ଯତ୍ନ ନେବା ସହ ରୋଗରୁ ମୁକ୍ତି ପାଇବା ପାଇଁ ଏହି ୧୦ଟି ଟିପ୍ସ ଜାଣି ରଖନ୍ତୁ…

ପାଣିକୁ ଫୁଟାଇ ପିଅନ୍ତୁ-

ଜଳବାହିତ ରୋଗ କୁ ଦୂର କରିବା ପାଇଁ ପାଣି କୁ ଭଲ ଭାବେ ଫୁଟାଇ ପିଅନ୍ତୁ।କିନ୍ତୁ ଫୁଟି ଥିବା ପାଣି କୁ ୨୪ ଘଣ୍ଟା ମଧ୍ୟରେ ବ୍ୟବହାର କରନ୍ତୁ। ଏହାଛଡା ହର୍ବାଲ ଲେମ୍ବୁ ଅଦା ଆଦି ଚା ପିଇପାରିବେ।

ପନିପରିବା ଫଳ ଶାଗ କୁ ଭଲ ଭାବରେ ଧୁଅନ୍ତୁ-
ବଜାରରୁ ଫଳ ଓ ଶାଗ ଆଣି ସେଗୁଡିକ ଭଲ ଭାବରେ ଧୋଇଲା ପରେ ହିଁ ବ୍ୟବହାର କରନ୍ତୁ। ନଧୋଇ ଖାଇଲେ ଧୂଳି ଜୀବାଣୁ ଓ କୃମି ଦେହ ଭିତରକୁ ଯାଇ ନାନାଦି ରୋଗ ସୃଷ୍ଟି କରି ପାରନ୍ତି। ବିଶେଷ କରି ପତ୍ର ଜାତୀୟ ଶାଗ କୁ ଭଲ ଭାବରେ ସଫା କରନ୍ତୁ।ଯଦି ଲୁଣ ପାଣିରେ ୧୦ ମିନିଟ ବୁଡାଇ ବ୍ୟବହାର କରି ପାରିଲେ ତ ଅତ୍ୟନ୍ତ ଭଲ।

ଖାଦ୍ୟକୁ ଉପଯୁକ୍ତ ଭାବେ ରାନ୍ଧନ୍ତୁ-
ଖାଦ୍ୟ କୁ ଠିକ ଭାବରେ ରାନ୍ଧନ୍ତୁ। ସମ୍ପୂର୍ଣ୍ଣ ଅପକ୍ୱ ତଥା ଅଧା ରନ୍ଧା ଖାଦ୍ୟ ଦେହ କୁ ଖରାପ କରି ଦେଇଥାଏ।

ଫଳ ଓ ପନିପରିବା ଖାଆନ୍ତୁ-
ଛଣା ଛଣି ଭଜା ଭଜି ଯେତେ ସମ୍ଭବ କମେଇ ଫଳମୂଳ ପନିପରିବା କୁ ନିଜ ଆହାରରେ ଯୋଡନ୍ତୁ।

ରସୁଣ, ଗୋଲମରିଚ, ଅଦା ଓ ହଳଦୀର ବ୍ୟବହାର କରନ୍ତୁ।ବର୍ଷା ଦିନେ ଆମ ପାଚନ କ୍ଷମତା ହ୍ରାସ ପାଇଥାଏ ତେଣୁ ଏହି ସମୟରେ ହାଲୁକା ଭୋଜନ କରନ୍ତୁ। ପାଚନ ତନ୍ତ୍ର ବଢ଼େଇବା ପାଇଁ ନିଜ ଆହରରେ ଯଥାସମ୍ଭବ ଅଦା ରସୁଣ ଗୋଲମରିଚ ଓ ହଳଦୀର ସେବନ କରନ୍ତୁ।

ସୁପ୍ ପିଅନ୍ତୁ-
ଯଦି ଆପଣ ମାଂସାହାରୀ ତେବେ ଏକା ସହ ଗରିଷ୍ଠ ମାଂସ ସେବନ ନ କରି ହାଲକା ସୁପ୍ ପିଅନ୍ତୁ।

ଏହାଛଡା ଆପଣମାନେ ରାସ୍ତା କଡ଼ ଖାଦ୍ୟଠୁ ଦୁରେଇ ରୁହନ୍ତୁ।ବାସୀ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ଖାଇଊ ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୁଅନ୍ତୁ।

Leave A Reply

Your email address will not be published.