Latest Odisha News

BREAKING NEWS

କକାକୁ ହାଣିଲା ପୁତୁରା, ଖୁଡ଼ି ଗୁରୁତର

ବାରିପଦା: ଘରୋଇ କଳହର ଭୟଙ୍କର ପରିଣତି । ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ଆକ୍ରମଣରେ ଖୁଡି ଗୁରୁତର ହୋଇଛନ୍ତି । ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡା କଟା ପଞ୍ଚାୟତରେ । ଗତକାଲି ମଧ୍ୟରାତ୍ରିରେ କୌଣସି କଥାକୁ ନେଇ ବଚସାରୁ ହତ୍ୟାକାଣ୍ଡ ହୋଇଥିଲା । ଆଜ ସକାଳେ ଘଟଣା ଜଣା ପଡିଲା ।

ମୃତକ ହେଲେ ମାଠ ମୁଣ୍ଡା । ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ଅଭିଯୁକ୍ତ ଡରା ମୁଣ୍ଡାକୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି, ଗତକାଲି ରାତିରେ କକା ମାଠ ମୁଣ୍ଡା ଓ ପୁତୁରା ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଡରା ମୁଣ୍ଡା ଏକ ଟାଙ୍ଗିଆରେ କକା ଉପରେ ଆକ୍ରମଣ କରିଥିଲା ।

ହତ୍ୟା କରିବା ପରେ ସେଠାରେ ବସି ରହିଥିଲା ଅଭିଯୁକ୍ତ । ଆଜି ସକାଳେ ଘଟଣା ଜଣା ପଡିଥିଲା । ଗୁରୁତର ଅବସ୍ଥାରେ ମାଠ ମୁଣ୍ଡାଙ୍କ ପତ୍ନୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସାଇଣ୍ଟିଫିକ୍ ସହ ଅଧିକ ଖୋଳତାଡ କରିଛି ବାଙ୍ଗିରିପୋଷି ଥାନା ପୋଲିସ ।

Leave A Reply

Your email address will not be published.