Latest Odisha News

BREAKING NEWS

ଆସିଲା ‘ବାବ୍ରି ଫଇସଲା’, ଆଡଭାନୀଙ୍କ ସମେତ ୩୨ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ଆସିଲା ବହୁ ପ୍ରତିକ୍ଷିତ ବାବ୍ରି ମଜସିଦ ଭଙ୍ଗା ମାମଲାର ଫଇସଲା । ୨୮ ବର୍ଷ ପରେ ବୁଧବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । ମସ୍‌ଜିଦ ଭଙ୍ଗା ନେଇ କୌଣସି ଷଡଯନ୍ତ୍ର ହୋଇନଥିଲା ବୋଲି ବିଚାରପତି ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି । ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲ କ୍ରିଷ୍ଣ ଆଡଭାନୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସିଆରପିସିର ଧାରା ୩୧୩ ଅନୁଯାୟୀ ୩୨ ଅଭିଯୁକ୍ତଙ୍କ ବିବୃତ୍ତି ମଧ୍ୟ ରେକର୍ଡିଂ କରିଛନ୍ତି।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କୁହିଥିଲେ।  ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ହେଲେ ବିଶ୍ୱ ହିନ୍ଦୁ ପରିଷଦର ନେତା ଗିରିରାଜ କିଶୋର, ଅଶୋକ ସିଙ୍ଗଲ ଏବଂ ବିଷ୍ଣୁ ହରି ଡାଲମିଆ। ଏହି ତିନି ଜଣଙ୍କର କିନ୍ତୁ ମୃତ୍ୟୁ ହୋଇସାରିଛି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରାଯାଇଛି।

ଅଗଷ୍ଟ ମାସରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଯାଦବ ଏହି ମାମଲାର ବିବରଣୀ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଦେଖିବା ପରେ ୧୯୯୨ ମସିହାର ଏହି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଅବଧିକୁ ମାସେ ପାଇଁ ବୃଦ୍ଧି କରିଥିଲେ ସର୍ବୋଚ୍ଚ କୋର୍ଟ। ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ରାୟ ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର କୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.