Latest Odisha News

ଭେଟେରାନ୍‌ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବାଇ: ଭେଟେରାନ୍‌ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଗତ ସପ୍ତାହରେ କିଡନୀ ସଂକ୍ରମଣ ହେତୁ ସେ ମୁମ୍ବାଇର ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ଅଭିନେତା ଅନୁପମ ଶ୍ୟାମଙ୍କର ଏକାଧିକ ଅଙ୍ଗ ବିଫଳ ହେବା ପରେ ସୋମବାର ତାଙ୍କ ଦେହାନ୍ତ ହୋଇଛି ବୋଲି ତାଙ୍କ ବନ୍ଧୁ ଅଭିନେତା ଯଶପାଲ ଶର୍ମା କହିଛନ୍ତି।

ଟିଭି ଶୋ “ମନ୍ କି ଆୱାଜ୍: ପ୍ରତିଜ୍ଞା” ରେ ତାଙ୍କ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟତା ଆଣିଦେଇଥିଲା। “ସ୍ଲୁମଡଗ୍ ମିଲିଅନେୟାର” ଏବଂ “ବ୍ୟାଣ୍ଡିଟ୍ କୁଇନ୍” ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ।

Comments are closed.