Latest Odisha News

BREAKING NEWS

ପରଲୋକରେ ଯୋଦ୍ଧା ଆକବର ଅଭିନେତା !

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଓ ଥିଏଟର ବ୍ୟକ୍ତିତ୍ୱ ବିଶ୍ୱ ମୋହନ ବଡୋଲା । ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତକାଲି ରାତିରେ ତାଙ୍କର ନିଧନ ଘଟିଛି । ଏହି ପୁରୁଖା କଳାକାର ଅନେକ ଫିଲ୍ମ, ଟିଭି ସିରିଜ୍ ଓ ଖାସ କରି ଥିଏଟର ସହ ଜଡିତ ଥିଲେ । ଚର୍ଚ୍ଚିତ ଅଭିନେତା ବରୁଣ ବଡୋଲା, ଅଳକା କୌଶଲ ଓ ରେଡିଓ ଜକି କାଳିନ୍ଦୀ ତାଙ୍କର ସନ୍ତାନସନ୍ତତି ।

ଅଭିନେତା ବରୁଣ ବଡୋଲାଙ୍କ ମାଆ ରାଜେଶ୍ୱରୀ ସଚ୍ଚଦେବ ବିଶ୍ୱ ମୋହନଙ୍କ ମୃତ୍ୟୁ ଖବରର ପୁଷ୍ଟି କରିଥିଲେ । ବିଶ୍ୱ ମୋହନଙ୍କ ନିଧନରେ ତାଙ୍କ ପରିବାର ସମେତ ଅଭିନୟ କ୍ଷେତ୍ର ଏକ ପ୍ରକାର ଅବାକ୍ ହୋଇପଡିଛି ।

 

View this post on Instagram

 

A post shared by Varun Badola (@badolavarun)

ବରିଷ୍ଠ ଅଭିନେତା ବିଶ୍ୱ ମୋହନ ବଡୋଲା ପେଶାରେ ଜଣେ ସାମ୍ବାଦିକ ଥିଲେ । ସ୍ୱଦେଶ, ଯୋଦ୍ଧା ଆକବର, ଲଗେ ରହୋ ମୁନ୍ନା ଭାଇ, ପ୍ରେମ୍ ରତନ୍ ଧନ୍ ପାୟୋ ଓ ଜନି ଏଲ୍‌ଏଲ୍‌ବି-୨ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ । ତା ଛଡା ସେ ନିଜ ପୁଅ ବରୁଣଙ୍କ ସହ ଏକ ଚାବି ହୈ ପଡୋଶ ମୈଁ ଭଳି ଟିଭି ସିରିଜରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ନିଧନରେ ପୁଅ ବରୁଣ ମର୍ମାହତ ହୋଇ ଏକ ଭାବ ବିହ୍ୱୁଳ ବାର୍ତ୍ତା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.