Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟି୨୦ ମ୍ୟାଚ ଖେଳିବ

ମୁମ୍ବାଇ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ୨୦୨୧ ଟି୨୦ ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଇଂଲଣ୍ଡ ୫ଟି୨୦, ୩ ଦିନିକିଆ ଓ ୪ ଟେଷ୍ଟ ମ୍ୟାଚ ଖେଳିବ ।

ଏହି ଅବସରରେ ଗାଙ୍ଗୁଲି ଆଇପିଏଲର ପରବର୍ତୀ ସଂସ୍କରଣ ଭାରତରେ ହେବ ବୋଲି ଦୃଢ଼ତା ସହକାରେ କହିଛନ୍ତି । ପ୍ରଫେଶନାଲ ଜୀବନରେ ସବୁ ବେଳେ ସତର୍କ ରହିବାକୁ ପଡୁଛି । କରୋନା ମହାମାରୀ ସତର୍କତା ପାଇଁ ୪ ମାସ ମଧ୍ୟରେ ମୁଁ ୨୨ ଥର କରୋନା ଟେଷ୍ଟ କରାଇଛି ବୋଲି ସେ କହିଛନ୍ତି । ଅହମ୍ମଦାବାଦରେ ଦିବାରାତ୍ର ଟେଷ୍ଟ ମ୍ୟାଚ ନେଇ ଆଲୋଚନା ଚାଲିଛି । କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି ।

Leave A Reply

Your email address will not be published.