Latest Odisha News

‘ଆଦାନୀ ଫାଉଣ୍ଡେସନ’ର ପଶୁଧନ ଚିକିତ୍ସା ଶିବିର: ଚିକିତ୍ସିତ ହେଲେ ୪୨୬ ପ୍ରାଣୀ

ଧାମରା: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ପଶୁଚିକିତ୍ସା ବିଭାଗ ସହଯୋଗରେ ଭଦ୍ରକ ଜିଲ୍ଲା କରଞ୍ଜମାଳ ଅନ୍ତର୍ଗତ ବାଜରପୁର ଗ୍ରାମରେ ଏକ ପଶୁଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

BjdElectrycity

ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ପ୍ରମୁଖ ଅଂଶ ଭାବେ ଆଦାନୀ ଫାଉଣ୍ଡେସନ ପଶୁଧନଙ୍କ ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟ କରିଆସୁଅଛି । ସ୍ଥାନୀୟ ଅଞ୍ଚଳର ପଶୁଧନଙ୍କ ଚିକିତ୍ସାଠାରୁ ଟିକାକରଣ ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ନିୟମିତ ଚିକିତ୍ସା ଶିବିର ଆୟୋଜନ କରାଯାଉଛି ।

ସ୍ଥାନୀୟ ଅଞ୍ଚଳର ଲୋକେ ଏଠାରେ ସେମାନଙ୍କର ଗାଈ, ମଇଁଷି, ଛେଳି ଆଦି ପଶୁଧନର ବିଭିନ୍ନ ରୋଗର ଯାଞ୍ଚ ଚିକିତ୍ସକମାନଙ୍କ ଦ୍ୱାରା କରାଇଥିଲେ । ସେମାନଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯିବା ସହ ପରୀକ୍ଷଣ ପାଇଁ ପଠାଯାଇଛି । ଏହାଦ୍ୱାରା ପଶୁମାନଙ୍କଠାରେ ବ୍ୟାପୁଥିବା ସଂକ୍ରାମକ ରୋଗ ଠାରୁ ରକ୍ଷା ପାଇପାରିବେ । ଏହି ଶିବିରରେ ପ୍ରାୟ ୪୨୬ ପ୍ରାଣୀଧନ (ଗାଈ, ମଇଁଷି, ଛେଳି) ଆଦି ପଶୁଧନର ଚିକିତ୍ସା କରାଯାଇଥିଲା ।

Leave A Reply

Your email address will not be published.