Latest Odisha News

BREAKING NEWS

ଜାଣନ୍ତୁ, ଭାରପ୍ରାପ୍ତ ସଚିବ ଭାବେ ୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହେଲେ ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲା ଲାଗି ଓଡ଼ିଶା ସରକାର ଶୁକ୍ରବାର ଦିନ ୧୦ ଜଣ ଆଇଏଏସ ଅଧିକାରୀଙ୍କୁ ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହୋଇଥିବା ଆଇଏଏସ ଅଧିକାରୀ:

ଢେଙ୍କାନାଳ: ପି କେ ମହାପାତ୍ର
ରାୟଗଡ଼ା: ଅନୁ ଗର୍ଗ
କଳାହାଣ୍ଡି: ଡ଼: ସୌରଭ ଗର୍ଗ
କଳାହାଣ୍ଡି: ଡ଼ିଆରକେ ସିଂହ
କନ୍ଧମାଳ: ସଞ୍ଜୀବ ଚୋପ୍ରା
ନବରଙ୍ଗପୁର: ହେମନ୍ତ ଶର୍ମା
ନୂଆପଡ଼ା: ଶାଶ୍ୱତ ମିଶ୍ର
ଗଜପତି: ଏସକେ ସିଂହ
ବଲାଙ୍ଗୀର: ପ୍ରମୋଦ କୁମାର ମେହେର୍ଦ୍ଧା
ମାଲକାନଗିରି: ଭିଭି ଯାଦବ

ଏହିସବୁ ଜିଲ୍ଲାମାନଙ୍କରେ ୪୯ଟି ସୂଚକକୁ ଦୃଷ୍ଟିରେ ରଖି ୫ଟି ବିଷୟ ପ୍ରତି ସ୍ୱତନ୍ତ୍ରଭାବେ ଧ୍ୟାନ ପ୍ରଦାନ କରିବେ ଏହି ନୂଆ ନିଯୁକ୍ତ ହୋଇଥିବା ଭାରପ୍ରାପ୍ତ ସଚିବ । ଯେଉଁସବୁ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ ସେଗୁଡ଼ିକ ହେଲା – ସ୍ୱାସ୍ଥ୍ୟ ଓ ପୁଷ୍ଟିଗତ ତତ୍ୱ, ଶିକ୍ଷା, କୃଷି ଓ ଜଳ ଉତ୍ସ, ଅର୍ଥନୈତିକ ପ୍ରଗତି ତଥା ଜଳସେଚନର ଦୃଢ ଭିତ୍ତିଭୂମି, ଗ୍ରାମଞ୍ଚଳ ବୈଦୁ୍ୟତିକରଣ, ପାନୀୟ ଜଳ ଯୋଗାଣ ଏବଂ ପାଇଖାନା ନିର୍ମାଣ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ଜିଲ୍ଲାଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା ସେଥିମଧ୍ୟରୁ ନୂଆପଡ଼ା ଏବଂ କୋରାପୁଟ ଜିଲ୍ଲା ଶ୍ରେÂତ୍ୱ ପ୍ରତିପାଦନ କରିବା ସହିତ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହି ଦୁଇଟି ଜିଲ୍ଲାକୁ ନୀତି ଆୟୋଗ ପୁରସ୍କୃତ କରିବା ସହିତ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ୱିତ କରିଥିଲେ ଏହି ଦୁଇ ଜିଲ୍ଲା ।

Leave A Reply

Your email address will not be published.