Latest Odisha News

BREAKING NEWS

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।

ପିଲାଦିନରେ, ଆପଣ ମାନେ ନିଶ୍ଚିତ ଭାବରେ ‘ତୃଷାର୍ତ୍ତ କାଉ’ର କାହାଣୀ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବର୍ତ୍ତମାନ ଏହା ଇଣ୍ଟରନେଟର ଯୁଗ । ସୋସିଆଲ ମିଡିଆର ଏହି ଯୁଗରେ ପ୍ରତ୍ୟେକ ପ୍ରକାରର ଭିଡିଓ ଉପଲବ୍ଧ ।  ଆଜିକାଲି ଏହିପରି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ, ‘ତୃଷାର୍ତ୍ତ କାଉ’ ତା ବୁଦ୍ଧି ବଳରେ କୌଶଳ କରି ପାଣି ପିଉଥିବାର ଦେଖିବାକୁ ମିଳୁଛି  । କେବଳ ପାର୍ଥକ୍ୟ ହେଉଛି, ପାତ୍ର ବଦଳରେ ଏକ ପ୍ଲାଷ୍ଟିକ୍ ବୋତଲ ଦୃଶ୍ୟମାନ ହେଉଛି  ।

‘‘ଗୋଟିଏ କାଉ ଶୋଷିଲା… ପାତ୍ରରେ ଅଳ୍ପ ପାଣି ଥିଲା … କାଉ ପଥର ପକାଇଲା … ପାଣି ଉପରକୁ ଆସିଲା … କାଉ ପାଣି ପିଇଲା … କାହାଣୀ ଶେଷ । ’’ ଆମେ ପିଲାଦିନେ ଶୋଷିଲା କାଉର ଏହି କାହାଣୀ ଆମେ ସମସ୍ତେ ଶୁଣିଛୁ, କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ କହିବେ ଯେ ଏହା କେବଳ କବିତା କିମ୍ବା କାହାଣୀ ନୁହେଁ, କାଉମାନେ ପ୍ରକୃତରେ ସ୍ମାର୍ଟ ଅଟନ୍ତି  । ଭିଡିଓରେ କାଉ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇବାକୁ ଚେଷ୍ଟା କରୁଛି, କିନ୍ତୁ ବୋତଲରେ ଥିବା ଜଳ ସ୍ତର ଏତେ କମ୍ ଯେ କାଉର ଥଣ୍ଟ ସେଠାରେ ପହଞ୍ଚିବାରେ ସକ୍ଷମ ନୁହେଁ । ଏପରି ପରିସ୍ଥିତିରେ, କାଉ ଚେଷ୍ଟା କରୁଥିବାବେଳେ, ବୋତଲରେ କିଛି ପଥର ପକାଇଲା । ଫଳରେ ଜଳ ସ୍ତର ବଢ଼ିବାକୁ ଲାଗିଲା ଏବଂ କାଉ ତାର ଶୋଷ ମେଣ୍ଟାଇଲା ।

ଏହି ଭିଡିଓକୁ Cutest.bird ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି  । ଏହି ଭିଡିଓକୁ ୟୁଜର୍ସ ମାନେ ବହୁତ ପସନ୍ଦ କରିଛନ୍ତି । ଆଉ ‘ସ୍ମାର୍ଟ କାଉ’ ନାଁ ଦେଇଛନ୍ତି  । ଅନେକ ୟୁଜର୍ସ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ପକ୍ଷୀ ପ୍ରଜାତିରେ କାଉକୁ ସବୁଠାରୁ ସ୍ମାର୍ଟ ପକ୍ଷୀ ଭାବରେ ଗଣାଯାଏ । ତେବେ ଏହି ଭିଡିଓଟି ପୋଷ୍ଟ ହେବା ମାତ୍ରେ  ୬ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି  ।

Leave A Reply

Your email address will not be published.