Latest Odisha News

BREAKING NEWS

ଗରମ ତେଲରେ ପଡ଼ିଗଲା ମୋବାଇଲ, ତା’ପରେ ମହିଳା ଜଣକ ଏପରି କଲେ..

ନୂଆଦିଲ୍ଲୀ : ରୋଷେଇ ସମୟରେ ଆମେ ସବୁବେଳେ ସତର୍କତାର ସହ ରୋଷେଇ କରିଥାଉ । ଆଉ ସେହି ସମୟରେ ଟିକିଏ ଅସାବଧାନତା ହେଲେ ତାହା ଆମକୁ ବିପଦ ଆଡ଼କୁ ଟାଣିନେଇଥାଏ । ନିକଟରେ ଏଭଳି ଏକ ଦୃଶ୍ୟ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲା ପରେ ଆପଣ ରୋଷେଇ କରିବା ସମୟରେ କେତେ ସଚେତନ ରହିବେ  ।

ଭିଡିଓଟିରେ ଜଣେ ମହିଳା କିଚେନ୍‌ରେ କିଛି ରୋଷେଇ କରୁଥିବା ଦେଖିବାକୁ ମିଳୁଛନ୍ତି । ସେହି ସମୟରେ ମହିଳା ଜଣକ ତାଙ୍କ ପକେଟରୁ ଫୋନ୍ଟିକୁ ବାହାର କରୁଛନ୍ତି । ଫୋନ୍‌ଟିକୁ ପକେଟରୁ ବାହାର କରିବା ସମୟରେ ଅସାବଧାନତା କାରଣରୁ ଫୋନ୍‌ଟି ତେଲ କଡ଼େଇ ଭିତରେ ପଡ଼ିଯାଉଛି ।

ଆଉ ସେହି ସମୟରେ ମହିଳା ଜଣକ ଫୋନ୍‌ଟିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ଫୋନ୍‌ଟି ତେଲ କଡ଼େଇରୁ ବାହାର କରି ସାରିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଭିଡିଓଟିକୁ ୩ଶହ ୟୁଜର୍ସ ଲାଇକ୍‌ କରିଥିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Leave A Reply

Your email address will not be published.