Latest Odisha News

BREAKING NEWS

ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ, ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସଞ୍ଜୟଙ୍କ ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ଗତକାଲି ଭିଜିଲାନ୍ସର ୪ ଜଣ ଡିଏସ୍ଏସପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରିଥିଲେ । ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ମିଳିବା ପରେ ଭିଜିଲାନ୍ସ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କିରିଛି ।

ରେଡ୍ ବେଳେ ମିଳିଥିବା ସମ୍ପତ୍ତି ମଧ୍ୟରେ ରହିଛି ଭଦ୍ରକ ସହରରେ ୫ ହଜାର ସ୍କୋୟାର ଫୁଟରେ ନିର୍ମିତ ୨ ମହଲା କୋଠା, ଭଦ୍ରକ ବନ୍ତ ପୈତୃକ ଗାଁ ଘର, ଭଦ୍ରକ ଓ ଯାଜପୁର ଟାଉନରେ ୨ଟି ପ୍ଲଟ୍, ବ୍ୟାଙ୍କ, ଡାକ ଓ ବିଭିନ୍ନ ବୀମାରେ ୧.୬୭ କୋଟି ଟଙ୍କା ଜମା, ୨୦୦ ଗ୍ରାମର ସ୍ୱର୍ଣ୍ଣ ଅଳଙ୍କାର, ନଗଦ ଟଙ୍କ ଓ ବାଇକକୁ ମିଶାଇ ୧୦.୫୦ ଲକ୍ଷ ଟଙ୍କା ।

ଏହା ଛଡ଼ା ସଞ୍ଜୟ ତାଙ୍କର ୨ ଛୁଆଙ୍କ ମେଡିକାଲ୍ ପାଠପଢ଼ାରେ ୮୧.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ରେଡ୍ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି । ତେବେ ଭିଜିଲାନ୍ସ ହାତରେ ଲାଗିଥିବା ସମସ୍ତ ସମ୍ପତ୍ତି ବାବଦରେ ସଞ୍ଜୟ ସନ୍ତୋଷଜନକ ଉତ୍ତର ଓ ଦସ୍ତାବିଜ୍ ଦେଇ ପାରି ନାହାନ୍ତି ।

Leave A Reply

Your email address will not be published.