ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଛେଳିଗଡ଼଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ, ଛେଳିଗଡ଼଼ସ୍ଥିତ ସରକାରୀ କ୍ୱାଟରରେ ଏକ କାଳୀନ ଚଢ଼ଉ କରାଯାଇଛି। ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଦୁଇ ସବଇନ୍ସକ୍କ୍ର ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ତାଙ୍କ ପାଖରୁ ବ୍ରହ୍ମପୁର ଗୋପବନ୍ଧୁନଗରରେ ଗୋଟିଏ ଥ୍ରି-ବିଏଚ୍କେ ପ୍ଲାଟ୍, ଦୁଇ ମହଲା କୋଠା, ବ୍ରହ୍ମପୁର ସହର ଏବଂ ଆଖାପାଖରେ ୧୧ଟି ପ୍ଲଟ୍, ୨ଲକ୍ଷ ୭୨ ହଜାର ନଗଦ ଟଙ୍କା, ୩୪୫ ଗ୍ରାମ୍ ସୁନା ଅଳଙ୍କାର, ବେନାମୀରେ କିଣିଥିବା ଗୋଟିଏ ଚାରି ଚକିଆ ଗାଡ଼ି ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି ମିଳିଛି। ବର୍ତ୍ତମାନ ମିଳିଥିବା ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଥିବା ସୂଚନା ମିଳିଛି।
ଏଠାରେ ସୂଚନା ଯୋଗ୍ୟ ଯେ, ସହକାରୀ ଯନ୍ତ୍ରୀ ସାହୁଙ୍କ ନାମରେ ପୂର୍ବରୁ ଦୁର୍ନୀତି ନେଇ ମାଳମାଳ ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୧୮ ମସିହାର “ତିତଲି’’ ବାତ୍ୟା ପରେ ଆସିଥିବା ସହାୟତା ପାଣ୍ଠି ସହିତ ଅନେକ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ରହିଥିଲା। ବିଭିନ୍ନ ରାଜନୈତିକ ଦଳ ଏବଂ ହିତାଧିକାରୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି। ପୂର୍ବରୁ ବ୍ଲକର ଜଣେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ସାହୁଙ୍କ ଉପରେ ନଜର ରହିଥିଲା। ରାୟଗଡ଼଼ ବ୍ଲକରେ ସହକାରୀ ଯନ୍ତ୍ରୀ ସହିତ ଛେଳିଗଡ଼଼ ପ୍ରକଳ୍ପରେ ମଧ୍ୟ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।
BREAKING NEWS
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି

Comments are closed.