ଭୁବନେଶ୍ଵର: କୋଟିପତି ସରକାରୀ ବାବୁ । ଚଢ଼ାଉ ବେଳେ ଘରୁ ବାହାରୁଛି ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଜଳକା । ଯେପରି ଲାଗୁଛି ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସୁନା, ରୁପା ଓ ହୀରାର ଭଣ୍ଡାର ଖୋଲିଛି ! ଚଢାଉ ବେଳେ କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ରେଡ୍ ବେଳେ ୪ ବହୁତଳ କୋଠା ସହ, ୧୧ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ତେବେ ଭୁବନେଶ୍ବର, ଖୋର୍ଦ୍ଧା, ପୁରୀରେ ଅଛି ୪ଟି ବହୁତଳ କୋଠା, ଭୁବନେଶ୍ବର ରଘୁନାଥପୁରରେ ଏକ ଫ୍ଲାଟ୍ ପାଇଁ ଦେଇଛନ୍ତି ୧ କୋଟି ଟଙ୍କା । ସେହିପରି ବାବୁଙ୍କର ନୟାଗଡ଼ କୁଶପଲ୍ଲାରେ ୧୪ ଏକରରେ ଏକ ଫାର୍ମ ହାଉସ୍ ଅଛି । ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ୧୧ ପ୍ଲଟ୍ ଥିବା ବେଳେ ଚଢାଉ ବେଳେ ନଗଦ ୧୫ ଲକ୍ଷ ଟଙ୍କା ସହ ୭୦୦ ଗ୍ରାମ୍ର ୩ଟି ସୁନା ବିସ୍କୁଟ୍, ବିପୁଳ ସୁନା ରୂପା ଅଳଙ୍କାର ଓ ୩ଟି ୪ ଚକିଆ ଗାଡ଼ି ଠାବ ହୋଇଛି ।
ସୂଚନା ଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ ସୁନା ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଚଢାଉବେଳେ ମୈତ୍ରୀବିହାର ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୩ ସୁନା ବିସ୍କୁଟ ଓ ଅନ୍ୟାନ୍ୟ ଦାମୀ ଅଳଙ୍କାର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ । ଆଜି ସକାଳୁ ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରଯାଇଥିଲା । କଟକ, ଭୁବନେଶ୍ବର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିଲା । ଏହି ରେଡ଼ରେ ୨ ଜଣ ଆଡିସନାଲ ଏସପି, ୧୩ ଡିଏସପି , ୧୨ ଆଇଆଇସି , ୨୫ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ମୁତୟନ ଅଛନ୍ତି ।
Comments are closed.