Latest Odisha News

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଦୁଇ ଜଣ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଛି । ପଞ୍ଚାୟତ କାର୍ୟ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ବାଲେଶ୍ୱର ନାଏକଙ୍କ ବାସଭବନ, ଭବାନୀପାଟଣା ଗୋଦାମ ଗୃହ ପଡା, ଥୁଆପଦାର ପଞ୍ଚାୟତ କାର୍ୟ୍ୟାଳୟ ସମେତ ନିଜ ପୈତୃକ ଗାଁ କଲମପୁର ବ୍ଳକ ଭେଳା ଗାଁରେ ଏକାକାଳୀନ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେନେଇ ଆକଳନ ଚାଲିଛି।

ସେହିପରି ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ବି ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢାଉ ଜାରି ରହିଛି । କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.