Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡ଼େପୁଟି ମ୍ୟାନେଜର। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା’ ଭଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅ ମହଲା କୋଠା, ଖଣ୍ଡଗିରି ସରକନ୍ତରାସ୍ଥିତ ଏକ ମହଲା କୋଠା, ଜୟଦେବ ବିହାରର ନରେନ୍ଦ୍ର ଭିଲାରେ ଥିବା ଫ୍ଲାଟ୍, ବାସୁଦେବପୁରରେ ତିନି ମହଲା କୋଠା ଏବଂ ତାଙ୍କ ନିଜ ଘର ସିମୁଳିଆ ହରିପୁରର ନିଜର ପୈତୃକ ଘର ଓ ସମ୍ପର୍କୀୟଙ୍କ ଘର ସହ OPHWC କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏଥିରେ ଜଣେ ଅତିରିକ୍ତ ଏସପି, ୫ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟରଙ୍କ ସହ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ସାମିଲ ଅଛନ୍ତି। ଚଢ଼ାଉବେଳେ ପ୍ରତାପ କୁମାର ସାମଲ ଟଙ୍କା ବିଡ଼ା ଅନ୍ୟଜଣଙ୍କ ଛାତକୁ ଫୋପାଡ଼ିଦେଉଥିବା ସୂଚନା ମିଳିଛି।

ଭିଜିଲାନ୍ସ ଚଢ଼ାଉବେଳେ ଠାବ ହେଲାଣି ୨୫ଟି ସ୍ଥାବର ସମ୍ପତ୍ତି। ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ଏସବୁ ସମ୍ପତ୍ତି ରହିଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଏବଂ ୨ଟି କୋଠା ରହିଛି। ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଜି ପ୍ଲସ ଥ୍ରୀ ବିଲଡ଼ିଂ ରହିଛି। ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ମହଲା ଘର ପ୍ରତାପ ସାମଲଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି। ୨୦ହଜାର ୩୫୦ସ୍କୋୟାରଫୁଟ୍ ଏହି ୫ମହଲା କୋଠା ତିଆରି ହୋଇଛି। ଏହି କୋଠାର ମୂଲ୍ୟ ୩କୋଟି ୨୫ଲକ୍ଷ ୬୦ହଜାର ଟଙ୍କା ହେବ। ଜମି ସହିତ ସମ୍ପୂର୍ଣ୍ଣ କୋଠାର ମୂଲ୍ୟ ୩କୋଟି ୮୯ଲକ୍ଷ ୬୦ହଜାର ଟଙ୍କା। ଭିଜିଲାନ୍ସ ଚଢ଼ାଉବେଳେ ପ୍ରତାପଙ୍କ ଘରୁ ୩୮ଲକ୍ଷ ୧୨ହଜାର ୯ଶହ ନଗଦ ଟଙ୍କା ଜବତ ହୋଇଛି।

 

Leave A Reply

Your email address will not be published.