Latest Odisha News

BREAKING NEWS

ନଭେମ୍ବର ୧୦ରେ ଜୟପୁର ପଂହଚିବ ଟିମ୍ ଇଣ୍ଡିଆ

ଜୟପୁର: ଟି୨୦ ବିଶ୍ୱକପ କ୍ରିକେଟରୁ ଭାରତ ନୈରାଶ୍ୟଜନକ ଭାବେ ବିଦାୟ ନେଇଛି । ଟିମ୍ ଇଣ୍ଡିଆ ଏହା ପରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ନଭେମ୍ବର ୧୦ରେ ଭାରତୀୟ ଦଳ ଜୟପୁରରେ ପଂହଚିବ । ସେଠାରେ ୩ ଦିନ ପର୍ଯ୍ୟନ୍ତ ହୋଟେଲରେ କ୍ୱାରେଂଟାଇନରେ ରହିବେ । ୧୪ରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ କରିବେ । ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ବିଶ୍ୱକପ ପରେ ସିଧାସଳଖ ଏଠାରେ ପଂହଚିବ । କ୍ୱାରେଂଟାଇନ ପିରିୟଡ ପୂର୍ଣ୍ଣ ହେବା ପରେ ନଭେମ୍ବର ୧୭ରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ ।

ଭ୍ୟାକ୍ସିନ ସାର୍ଟିଫିକେଟ ଏବଂ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶକ ମ୍ୟାଚକୁ ଷ୍ଟାଡିୟମରେ ଉପଭୋଗ କରିପାରିବେ । କୋଚ ଭାବେ ରାହୁଲ ଡ୍ରାଭିଡ ଦାୟିତ୍ୱ ଗ୍ରହଣ କରିବେ । ବିରାଟ କୋହଲିଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ କିଏ ତୁଲାଇବେ ତାହା ବିସିସିଆଇ ଖୁବ ଶୀଘ୍ର ଘୋଷଣା କରିବ ।

Leave A Reply

Your email address will not be published.