Latest Odisha News

BREAKING NEWS

ଗୋଟିଏ ମଞ୍ଚରେ ଏକାଠି, ସେଲ୍ଫି ନେଲେ; ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କ ସମ୍ପର୍କ…

ଚେନ୍ନାଇ: ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ ମୁଖ୍ୟ ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଆଜି ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ଉତ୍ସବରେ ଶପଥ ଗ୍ରହଣ କରିଛନ୍ତି। ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନେଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

ତେବେ ଖାସ୍ କଥା ହେଉଛି ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସେମାନେ ଏକାଠି ମଞ୍ଚ ସେୟାର କରିବା ସହ ସେଲଫି ମଧ୍ୟ ନେଇଥିଲେ। ଏପରିକି ନିଜେ ଭିଡିଓ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ। ଅପରପକ୍ଷରେ ଶପଥ ସମାରୋହ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତାମିଲନାଡ଼ୁ ପୋଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇଥିଲା।

ରାହୁଲ ଓ ବିଜୟଙ୍କ କଥା କହିବାକୁ ଗଲେ ଏହି ଦୁଇ ନେତା ପରସ୍ପରକୁ ବହୁତ ଦିନ ଧରି ଜାଣନ୍ତି। ୨୦୦୯ ମସିହାରେ ବିଜୟ, ରାହୁଲ ଗାନ୍ଧୀଙ୍କ ଦଳରେ ଯୋଗ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ଏକ ଚଳଚ୍ଚିତ୍ର କାହାଣୀ ପରି ଯେଉଁ ଦଳରେ ସେ ଯୋଗ ଦେବାକୁ ଚେଷ୍ଟା କରିଥିଲେ ସେହି ଦଳ ଏକ ବଡ଼ ମେଣ୍ଟରେ ଏକ କ୍ଷୁଦ୍ର ଅଂଶୀଦାର ପାଲଟିଛି।

ବିଜୟ ନୂଆ ମେଣ୍ଟର ନେତାମାନଙ୍କର ଏକ ଛୋଟ ସମାବେଶକୁ କହିଥିଲେ ଯେ କଷ୍ଟକର ସମୟରେ କେହି ତାଙ୍କୁ ବିଶ୍ୱାସ କରିନଥିଲେ କିନ୍ତୁ କଂଗ୍ରେସ ଦଳ ତାଙ୍କୁ ବିଶ୍ୱାସ କରିଥିଲା। ରାଜ୍ୟରେ ବିଜୟ ପ୍ରଦାନ କରିବାର ତାଙ୍କ କ୍ଷମତା ଉପରେ ବିଶ୍ୱାସ କରିଥିଲେ। ଏଥିରେ ରାହୁଲ ଗାନ୍ଧୀ, ପ୍ରବୀଣ ଚକ୍ରବର୍ତ୍ତୀ ଏବଂ ଅନ୍ୟ କିଛି ବ୍ୟକ୍ତି ସାମିଲ ଥିଲେ।

ରାହୁଲ ଗାନ୍ଧୀ ନିରନ୍ତର ବିଜୟଙ୍କୁ ସମର୍ଥନ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ତାଙ୍କ “ବନ୍ଧୁ” ଡିଏମକେ ଦ୍ୱାରା ଡକାଯାଇଥିବା କିଛି ବୈଠକକୁ ମଧ୍ୟ ସେ ଯାଇନଥିଲେ। ତେବେ ବର୍ତ୍ତମାନ ପାଇଁ ରାଜ୍ୟରେ ଡିଏମକେ-କଂଗ୍ରେସ ମେଣ୍ଟ ଶେଷ ହୋଇଛି।

Leave A Reply

Your email address will not be published.