Latest Odisha News

BREAKING NEWS

ରେସଲିଂ ଟ୍ରାଏଲ୍ସ: ବଜରଙ୍ଗଙ୍କ ପରେ ବିଶୃଙ୍ଖଳା ସୃଷ୍ଟି କଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତରେ ରେସଲିଂ ଚୟନ ଟ୍ରାଏଲ ଆୟୋଜିତ ହେଉଛି । ପ୍ରଥମ ଦିନ ବଜରଙ୍ଗ ପୁନିଆ ହାରିବା ପରେ ଅଶାନ୍ତି ସୃଷ୍ଟି କରିଥିବା ବେଳେ ସୋମବାର ଭିନେଶ ଫୋଗଟ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଛନ୍ତି । ରବିବାର ଖବର ପ୍ରସାରଣ ହୋଇଥିଲା ଯେ, ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ଟ୍ରାଏଲ୍ସରେ ପରାଜିତ ହୋଇଛନ୍ତି । ସେ ଏଥିସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ବଜରଙ୍ଗ ହାରିବା ପରେ ଡୋପ ଟେଷ୍ଟ ସାମ୍ପୁଲ ଦେଇ ନ ଥିବା ବେଳେ ଶେଷ ମ୍ୟାଚ ନ ଖେଳି ରାଗିକରି ପଳାଇ ଯାଇଥିଲେ । ଏବେ ସୋମବାର ଭିନେଶ ମହିଳା ୫୦ ଓ ୫୩ କିଗ୍ରା ବିଭାଗର ଟ୍ରାଏଲ୍ସରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏଥିନେଇ ଅନ୍ୟ ରେସଲରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେ ଅଧିକାରୀଙ୍କ ନିକଟରୁ ଲିଖିତ ଆଶ୍ୱସନା ଚାହୁଁଥିଲେ ଯେ, ୫୩ କିଗ୍ରା ବିଭାଗର ଟ୍ରାଏଲ ଅଲିମ୍ପିକ ପୂର୍ବରୁ ଆୟୋଜିତ କରାଯାଉ । ଭିନେଶ ପୂର୍ବରୁ କେବଳ ୫୩ କିଗ୍ରାରେ ଅଂଶଗ୍ରହଣ କରୁଥିଲେ । ଏବେ ସେ ଉଭୟ ୫୦ ଓ ୫୩ରେ ସାମିଲ ହେବାକୁ ଚାହୁଁଛନ୍ତି । ଅଲିମ୍ପିକ ଟିକେଟ ପାଇଁ ଭିନେଶଙ୍କୁ ଟ୍ରାଏଲ୍ସରେ ଚାମ୍ପିୟନ ହେବାକୁ ପଡିବ । ଏହା ପରେ ଶେଷ ମୁକାବିଲାରେ ଅନ୍ତିମ ପଙ୍ଘାଲଙ୍କୁ ହରାଇବାକୁ ପଡିବ । ପଙ୍ଘାଲ ଅଲିମ୍ପିକ କୋଟା ହାସଲ କରି ସାରିଥିବାରୁ ତାଙ୍କୁ ଟ୍ରାଏଲ୍ସର ଚାମ୍ପିୟନଙ୍କୁ ହରାଇବାକୁ ପଡିବ । ଘଟଣାରେ ଭିନେଶ ସରକାରଙ୍କ ହସ୍ତକ୍ଷେପ ଚାହୁଁଥିବା ବେଳେ ଏହା କିନ୍ତୁ ସମ୍ଭବ ନୁହେଁ । ଚୟନ ମାମଲାରେ ସରକାର ମୁଣ୍ଡ ପୂରାଇ ପାରିବେ ନାହିଁ ।

Leave A Reply

Your email address will not be published.