Latest Odisha News

BREAKING NEWS

[ଭିଡିଓ] ମାଆ ପୁଅର ଜୀବନ ବଂଚାଇଲେ ବନ ବିଭାଗ କର୍ମଚାରୀ

ଓଡିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ନିକଟରେ ତାମିଲନାଡୁର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ ।

ତାମିଲନାଡୁର ଅନାଇଭରୀ ଝରଣାର ଜଳସ୍ତର ବଢିଯିବା ଫଳରେ ଜଣେ ମହିଳା ନିଜ ଶିଶୁ ସହ ଫସିଯାଇଥିଲେ । ପ୍ରବଳ ଜଳକୁ ଖସଡା ପଥର । ମହିଳା ଜଣକ ନିଜ ଦେଢ ବର୍ଷର ଶିଶୁକୁ ଧରି ଅସହାୟ ଅବସ୍ଥାରେ ସଂଘର୍ଷ କରୁଥିଲେ । ଏପରି ସ୍ଥିତିରେ କିଛି ସ୍ଥାନୀୟ ଲୋକ ଓ ବନ ବିଭାଗର କର୍ମଚାରୀ ମହିଳାଙ୍କୁ ଉଦ୍ଧାର କରିବାକୁ ଅଣ୍ଟା ଭିଡିଥିଲେ । ଏକ ଦଉଡି ସହାୟତାରେ ବନ ବିଭାଗର କର୍ମଚାରୀ ପ୍ରଥମେ ଶିଶୁ ଓ ପରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ହେଲେ କିଛି ସମୟ ପରେ ଦୁଇ ଜଣ ଉଦ୍ଧାରକାରୀ ଖସଡା ପଥରରେ ଭାରସାମ୍ୟ ରକ୍ଷା କରିନପାରି ପାଣିରେ ଖସିପଡିଥିଲେ । ତେବେ ଦୁହେଁ ପହଁରା ଶିଖିଥିବାରୁ ପ୍ରଖର ସୁଅ ଦାଉରୁ ରକ୍ଷା ପାଇପାରିଥିଲେ ।

Leave A Reply

Your email address will not be published.