Latest Odisha News

BREAKING NEWS

କମାଲ କଲେ ଆର ମାଧବନଙ୍କ ପୁଅ ବେଦାନ୍ତ, ସନ୍ତରଣରେ ଜିତିଲେ ୭ ପଦକ

ମୁମ୍ବାଇ: ବଲିଉଡ ତଥା ଦକ୍ଷିଣ ଭାରତର ଅଭିନେତା ଆର.ମାଧବନ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ପ୍ରଶଂସକଙ୍କ ପାଖରେ ବେଶ୍ ପରିଚିତ । ଅନ୍ୟ ବଲିଉଡ ଅଭିନେତାଙ୍କ ପରି ସେ ତାଙ୍କ ପୁତ୍ର ବେଦାନ୍ତ ଜୋର ଜବରଦସ୍ତ ଅଭିନୟ ପାଇଁ ପ୍ରବର୍ତାଇ ନ ଥିଲେ । ପୁଅର ପସନ୍ଦକୁ ସେ ଗୁରୁତ୍ୱ ଦେଇଥିଲେ । ଫଳସ୍ୱରୂପ ବାଙ୍ଗାଲୋରରେ ଚାଲିଥିବା ଜୁନିୟର ନ୍ୟାଶନାଲ ଆକ୍ୱାଟିକ ଚାମ୍ପିୟନଶିପରେ ବେଦାନ୍ତ ୪ ରୌପ୍ୟ ଏବଂ ୩ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ମାଧବନଙ୍କୁ ଯାଉଛି । ସୋସିଆଲ ମିଡିଆରେ ମାଧବନ ନିଜ ପୁଅ ସହ ଫଟୋ ଶେୟାର କରିଛନ୍ତି ଯାହାକି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

ମହାରାଷ୍ଟ୍ର ପକ୍ଷରୁ ଅଂଶଗ୍ରହଣ କରିଥିବା ବେଦାନ୍ତ ୮୦୦ ମିଟର ଫ୍ରିଷ୍ଟାଇଲ, ୧୫୦୦ ଫ୍ରିଷ୍ଟାଇଲ, ୪ଗୁଣନ୧୦୦ ଫ୍ରିଷ୍ଟାଇଲ ରିଲେ ଓ ୪ ଗୁଣନ ୨୦୦ ଫ୍ରିଷ୍ଟାଇଲ ରିଲେରେ ରୌପ୍ୟ ଏବଂ ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.