Latest Odisha News

BREAKING NEWS

ଗଞ୍ଜେଇ ଡିଲ୍‌ ଅଡିଓ ଭାଇରାଲ୍‌! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ: ଗଞ୍ଜେଇ ବେପାରୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ବିଭାଗ ପୁଣି ବଦନାମ ହୋଇଛି। ବୌଦ୍ଧରେ ବେଆଇନ୍ ଗଞ୍ଜେଇ ଡିଲ୍ ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାକୁ ନେଇ ଦୁଇ ପୋଲିସ ଅଧିକାରୀଙ୍କ ଉପରେ ଆକ୍ସନ ନିଆଯାଇଛି। ଏସ.ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରା ଯାଇଥିବା ବେଳେ ହୋମଗାର୍ଡ ମାନଭଞ୍ଜନ ଜଗଦଲାକୁ ଚାକିରିରୁ ବରଖାସ୍ତ କରାଯାଇଥିବା ସୂଚନା ମିଳିଛି।

ପୂର୍ବରୁ ପ୍ରାଣବନ୍ଧୁ ସାହୁଙ୍କୁ ବଘିଆପଡା ଥାନାରୁ ବଦଳି କରି ଆର.ଓ କାର୍ଯ୍ୟାଳୟକୁ ପଠାଇଥିଲେ ଆରକ୍ଷୀ ଅଧିକ୍ଷକ। ଏହି ସୂଚନାକୁ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ। ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.