Latest Odisha News

BREAKING NEWS

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶତ ପ୍ରତିଶତ ସଫଳତା:ବିଶାଖା ଓ ରୋନିତ ଆଞ୍ଚଳିକ ଟପର୍

ଭୁବନେଶ୍ୱର : ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ  କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହିତ ଚଳିତବର୍ଷ ଜେଇଇ ଟପର୍ ହୋଇଥିବା ସ୍କୁଲର ଦିବ୍ୟାଂଶୁ ମଲ୍ଲୁ ଗଣିତ, ପଦାର୍ଥ ବିଜ୍ଞାନ ଓ ରାସାୟନିକ ବିଜ୍ଞାନରେ ୧୦୦ ନମ୍ବର ଲେଖାଏଁ ରଖିଛନ୍ତି। ସ୍କୁଲ୍‍ର ଛାତ୍ରୀ ବିଶାଖା ରାଉତ କଳାରେ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ଓ ବାଣିଜ୍ୟରେ ରୋନୀତ ପାତ୍ର ସର୍ବାଧିକ ୯୯.୨ ପ୍ରତିଶତ ନମ୍ବର ରଖି ଉଭୟ ଆଞ୍ଚଳିକ ଟପର ହୋଇଛନ୍ତି।

ବିଜ୍ଞାନରେ ପ୍ରଥମ ପ୍ରତୀକ ମହାନ୍ତି ସର୍ବାଧିକ ୯୯ ପ୍ରତିଶତ ନମ୍ବର ରଖି ସ୍କୁଲ୍‍କୁ ଗୌରବାନ୍ୱିତ କରିଛନ୍ତି। ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୬ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି।  ଏଥିପାଇଁ  ଶ୍ରୀଯୁକ୍ତ ସାମନ୍ତ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଆସୁଛନ୍ତି।

Leave A Reply

Your email address will not be published.