Latest Odisha News

BREAKING NEWS

 ବୁଲି ଯାଆନ୍ତୁ ଫୁଲର ସହର କୁନ୍ନୁର

ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କେଉଁଆଡେ ବୁଲି ଯିବାକୁ ଭାବୁଛନ୍ତି, ତାହେଲେ କୌଣସି ନା କୌଣସି ହିଲ ଷ୍ଟେସନ କଥା ଆପଣଙ୍କ ମନକୁ ନିଶ୍ଚିତ ଆସୁଥିବ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହିଲ ଷ୍ଟେସନ ବିଷୟରେ କହିବୁ ଯେଉଁଠି ପ୍ରକୃତି ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଛି। ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଥରଟେ ବୁଲି ଯାଆନ୍ତୁ ତାମିଲନାଡୁର ଏହି କୁନ୍ନୁର ହିଲ ଷ୍ଟେସନ।

ତାମିଲନାଡ଼ୁର ନୀଳଗିରି ପାହାଡ଼ରେ ଅବସ୍ଥିତ ହିଲ ଷ୍ଟେସନ ମାନଙ୍କ ମଧ୍ୟରେ କୁନ୍ନୁର ହେଉଛି ଏକ ବଡ ହିଲ ଷ୍ଟେସନ। ଏହା ବିଶେଷ କରି ଶସ୍ୟଶ୍ୟାମଳା , ବିଭିନ୍ନ ପ୍ରକାରର ସୁନ୍ଦର ଜଙ୍ଗଲି ଫୁଲ ଓ ଆକର୍ଷଣୀୟ ରଙ୍ଗବେରଙ୍ଗର ପକ୍ଷୀମାନଙ୍କୁ ଦେଖିବାର ଏକ ଉପଯୁକ୍ତ ସ୍ଥାନ। ତେବେ ଆସନ୍ତୁ କୁନ୍ନୁର ସହରର ଏପରି କିଛି ସ୍ଥାନ ବିଷୟରେ ଜାଣିବା, ଯେଉଁଠାକୁ ଆପଣ ବୁଲିବା ପାଇଁ ଗଲେ ଭ୍ରମଣର ପ୍ରକୃତ ମଜା ନେଇପାରିବେ।

ନୀଳଗିରି ମାଉଣ୍ଟେନ ରେଲୱେ:କୁନ୍ନୁର କୁ ବୁଲିବା ପାଇଁ ଆପଣ ଟ୍ରେନରେ ଗଲେ ଭ୍ରମଣର ପ୍ରକୃତ ମଜା ନେଇପାରିବେ। ସରୁ ସରୁ ରାସ୍ତାରେ , ପୁରୁଣା ପୋଲ, ଗଭୀର ଜଙ୍ଗଲ, ସୁଢଙ୍ଗ ରାସ୍ତାରେ ଟ୍ରେନ ଗଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଆପଣ ଅତି ନିକଟରୁ ଦେଖି ପାରିବେ।

ହିଡ଼େନ ଭ୍ୟାଲି ଟ୍ରେକିଙ୍ଗ:

ଏହି ସ୍ଥାନରେ ଆପଣ ଶାନ୍ତ ପ୍ରାକୃତିକ ପରିବେଶ ସହ ଆଡ଼ଭେଞ୍ଚର ର ମଜା ନେଇପାରିବେ। ଏଥିସହିତ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।

ସିମ୍ସ ପାର୍କ:
କୁନ୍ନୁର ରେ ଥିବା ଏହି ପାର୍କ ବୁଲିବା ପାଇଁ ଏକ ସୁନ୍ଦର ସ୍ଥାନ। ଏହି ପାର୍କରେ ଆପଣ ପ୍ରାୟ ୮୫ ପ୍ରକାରର ଗୋଲାପ ଓ ଅନ୍ୟାନ୍ୟ କିସମର ଫୁଲ ଦେଖି ପାରିବେ। ଏଠାରେ ପର୍ଯ୍ୟଟକ ମାନେ ଫଟୋ ଉଠାଇବା ପାଇଁ ପସନ୍ଦ କରିଥାନ୍ତି। ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଟି ଫ୍ୟାକ୍ଟ୍ରି –
କୁନ୍ନୁର ରେ ଟି ଫ୍ୟାକ୍ଟ୍ରି ବୁଲିବା ଓ ତା ସହ ଚକୋଲେଟ ଖାଇବାର ମଜା କିଛି ନିଆରା। ଏହି ସୁଯୋଗ ମିଳିଲେ କେହି ଏହାକୁ ହାତଛଡ଼ା କରନ୍ତି ନାହିଁ। ବିଶେଷ କରି ଘର ତିଆରି ଚକୋଲେଟ ଓ ସତେଜ ଚା’ ଭଳି ଅନ୍ୟାନ୍ୟ ବହୁ ଦ୍ରବ୍ୟ କୁନ୍ନୁର ରେ ବେଶ୍ ପ୍ରସିଦ୍ଧ।

କ୍ୟାଥରାଇନ ଜଳପ୍ରପାତ:
ଏହାକୁ ଉପଭୋଗ କରିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଏହି ସ୍ଥାନକୁ ବୁଲିବାକୁ ଆସନ୍ତି। ବହୁ ଉଚ୍ଚରୁ ଝରୁଥିବା ପାଣିର ଏହି ରୂପ ଦେଖିଲେ ମନେ ହୁଏ ପ୍ରକୃତି ନିଜର ସୌନ୍ଦର୍ଯ୍ୟ ଏଠାରେ ଅର୍ପଣ କରି ଦେଇଛି।

Leave A Reply

Your email address will not be published.