Latest Odisha News

BREAKING NEWS

ବିମାନରେ ସହଯାତ୍ରୀଙ୍କୁ ଏମିତି ସାହାଯ୍ୟ ଅନିଲ କପୁର, ଭାବୁକ ହେଲେ ଯୁବତୀ

ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଘଟଣା ସୁନ୍ଦର ସ୍ମୃତି ହୋଇ ମନରେ ରହିଯାଏ । ଯେତେବେଳେ ଏହି ସ୍ମୃତି ମନେ ପଡେ ତାହାର ମହକ ମୁହୂର୍ତ୍ତକ ପାଇଁ ହେଉ ପଛେ ମନକୁ ମହକାଇ ଦିଏ । ସୋସିଆଲ ମିଡିଆରେ ଜଣେ ମହିଳା ଏମିତି ଏକ ଅନୁଭୂତି ସେୟାର କରିଛନ୍ତି ।

ସେ କହିଛନ୍ତି, ଛୋଟ ଛୋଟ କାମ ବହୁତ କିଛି କରିପାରେ । ଜୀବନରେ ବହୁତ ବଡ ପରିବର୍ତ୍ତନ ଆଣିପାରେ । ମହିଳା ଜଣକ ଭିସ୍ତାରା ଫ୍ଲାଇଟର ଏକ ଅନୁଭୂତି ସେୟାର କରିଛନ୍ତି । ତାଙ୍କ ପାଖ ସିଟରେ ବସିଥିଲେ ଅନିଲ କାପୁର । ଅନିଲ କପୁରଙ୍କ ସହ ତାଙ୍କର କିଛି ସମୟର ଉଡାଣ ଅନୁଭୂତିକୁ ସେ କେବେ ବି ଭୁଲିପାରିବେନି ବୋଲି କହିଛନ୍ତି ।

ବି.ଆର୍ଟିର ଫାଉଣ୍ଡର ଶିଖା ମିତ୍ତଲ ଲିଙ୍କଡ ଇନ ପୋଷ୍ଟରେ କହିଛନ୍ତି, ଫ୍ଲାଇଟରେ ଯିବା ବେଳେ  ଅନିଲ କପୁର ତାଙ୍କ ପାଖ ସିଟରେ ବସିଥିଲେ । ଟର୍ବୁଲାନ୍ସ କାରଣରୁ ଉପର ଲଗେଜର ବାକ୍ସ ଖୋଲି ଯାଇଥିଲା  । ଫଳରେ ସେଥିରୁ ଏକ ଅଜିବ ଶବ୍ଦ ବାହାରୁଥିଲା । ଏଥିରେ ସେ ଖୁବ ଭୟଭୀତ ହୋଇ ପଡିଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ଅନିଲ କପୁର ତାଙ୍କ ହାତ ଧରି ପକାଇଥିଲେ । ସେ ଶବ୍ଦରୁ ତାଙ୍କ ଧ୍ୟାନ ହଟାଇବା ପାଇଁ ତାଙ୍କ ସହ କଥାବାର୍ତ୍ତା ବି କରିଥିଲେ ।

ଏହି ପୋଷ୍ଟରେ ସେ ଲେଖିଥିଲେ, ‘ଫ୍ଲାଇଟ ଯେମିତି ଉଡିବା ଆରମ୍ଭ କରିଥିଲା, ମୋ ଉପରେ ଥିବା ଲଗେଜ ବାକ୍ସ ଖୋଲି ଯାଇଥିଲା ଏବଂ ଫଡଫଡ ଶବ୍ଦ କରିଥିଲା । ବିମାନ ଉଡାଣ ଭରିବା ସମୟରେ ମତେ ସବୁବେଳେ ଭୟ ଲାଗିଥାଏ । ୨୦୨୨ରେ କୋଭିଡ କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଯାଇଥିବା କାରଣରୁ ମୁଁ ବେଶି ଡରି ଯାଇଥିଲି ।’

ଠିକ ଏହି ସମୟରେ ସିଟ ମଧ୍ୟରେ ଥିବା ଡିଭାଇଡର ଉପରେ ମୁଁ ହାତ ରଖିଥିଲି । ମୋର ସହଯାତ୍ରୀ ମୋର ହାତକୁ ଧରି ପକାଇଥିଲେ । କହିଥିଲେ, ‘ ଆରେ ଠିକ ଅଛି, ମୋତେ ଆପଣଙ୍କ ନାଁ କୁହ, ଚାଲ ଆମେ କଥା ହେବା’

ତାଙ୍କ ସହ କଥା ହେବା ଭିତରେ ସେହି ଭୟଙ୍କର ମୁହୂର୍ତ୍ତ କଟି ଯାଇଥିଲା ।

Leave A Reply

Your email address will not be published.