Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ

ଜୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ । ରାଜସ୍ଥାନର ଖିମ୍ବସର୍‌ ଦୁର୍ଗରେ  ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି ଶନେଲ । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି।

ସବୁଠାରୁ ବଡ଼ କଥା ହେଲା ଏହି ବିବାହରେ କୌଣସି ଭିଆଇପି ଯୋଗ ଦେଇନଥିଲେ। ମାତ୍ର ୭୦ଜଣ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ ହୋଇଥିଲା । ଖିମ୍ବସର ଦୁର୍ଗରେ ଶନେଲ ଏବଂ ଅର୍ଜୁନଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ କରାଯାଇଥିଲା । ଦୁର୍ଗ ଭିତରେ ଫୋନ ବ୍ୟବହାର କରିବାକୁ ସମସ୍ତଙ୍କୁ ବାରଣ କରାଯାଇଥିଲା । ବିବାହ ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଗରୁ ବିବାହରେ ପ୍ରାୟ ୨୪୭ଜଣ ଲୋକ ଯୋଗ ଦେବା କୁହାଯାଉଥିଲା ବେଳେ ବିବାହ ଦିନ କମ ଅତିଥି ବିବାହରେ ସାମିଲ ହୋଇଛନ୍ତି।

ଶନେଲ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଅର୍ଜୁନ ଲଣ୍ଡନରୁ ଏମବିଏ କରିଛନ୍ତି। ଡିସେମ୍ବର, ୨୦୨୧ରେ ଦୁହିଁଙ୍କର ସୁନ୍ଦର ଫଟୋ ଇନଷ୍ଟାରେ ସେୟାର କରି ଝିଅ ନିର୍ବନ୍ଧ କରିଥିବା ଜଣାଇଥିଲେ ସ୍ମୃତି।

Leave A Reply

Your email address will not be published.