Latest Odisha News

ଗୃହ ସହାୟିକାଙ୍କୁ ନିର୍ଯାତନା ଦେଇ ଚାକିରିରୁ ବାହାରିଲେ ଦମ୍ପତି

ହରିଆଣା: ଗୃହ ସହାୟିକାଙ୍କୁ ନିର୍ଯାତନା ଦେଇ ଚାକିରିରୁ ବାହାରିଲେ ଦମ୍ପତି। ଏହି ଦମ୍ପତି ହେଉଛନ୍ତି ମନୀଷ ଖଟ୍ଟର ଏବଂ କମଲଜୀତ କୌର୍‌ । ନିଜ ନାବାଳିକା ଗୃହ ସହାୟିକାଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଘରେ ଗତ ୫ ମାସ ହେବ ମାଡ଼ଗାଳି ସହ ‌‌ଯୌନ ନିର୍ଯାତନା ସହ୍ୟ କରି ଆସୁଥିଲେ ବୋଲି କହିଛନ୍ତି ନାବାଳିକା।

ସ୍ଥାନୀୟ ସମାଜ‌ସେବୀଙ୍କ ସହଯୋଗରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡିତା । କମଲଜୀତ ଏକ ପବ୍ଲିକ୍‌ ରିଲେସନ୍‌ ଏଜେନ୍ସିରେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ଏକ ବୀମା କମ୍ପାନିରେ କାମ କରୁଥିଲେ। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବାହାର କରି ଦିଆଯିବା କଥା ଟ୍ୱିଟର୍‌ରୁ ଜଣାପଡିଛି ।

ପବ୍ଲିକ୍‌ ରିଲେସନ୍‌ ଏଜେନ୍ସି ମିଡିଆ ମନ୍ତ୍ର ଏକ ଟ୍ୱିଟ୍‌ରେ ଲେଖିଛି, ‘କମଲଜୀତ କୌର୍‌ଙ୍କ ବିରୋଧରେ ମାନବିକ ଅଧିକାର ତଥା ଶିଶୁ ନିର୍ଯାତନା ଅଭିଯୋଗ ବିଷୟରେ ଜାଣି ଆମେ ଆଶ୍ଚର୍ଯ୍ୟ ହେଲୁ। ଏକ ସଂସ୍ଥା ହିସାବରେ ଆମେ ଭାରତୀୟ ଆଇନ୍‌ ବ୍ୟବସ୍ଥାକୁ ସମ୍ମାନ ଦେଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। କମ୍ପାନି ତୁରନ୍ତ ତାଙ୍କୁ କା‌ର୍ଯ୍ୟରୁ ବାହାର କରୁଛି।’

ସେହିପରି ମନୀଷ ଖଟ୍ଟର କାର୍ଯ୍ୟରତ ଥିବା ବୀମା କମ୍ପାନି ଏକ ଟ୍ୱିଟ୍‌ କରି ଲେଖିଛି, ‘ଆମେ ଉଚ୍ଚ ସ୍ତରର ନୈତିକତାକୁ ସମର୍ଥନ କରୁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନୀଷଙ୍କୁ ଆମ କମ୍ପାନିରୁ ବାହାରି କରୁଛୁ।’

Leave A Reply

Your email address will not be published.