Latest Odisha News

BREAKING NEWS

ଏଣିକି ଦୃଷ୍ଟିବାଧିତ ହୋଇପାରିବେ ଜଜ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ଯୋଗଦେବାକୁ ଅନୁମତି ଦେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ମଧ୍ୟପ୍ରଦେଶ ନ୍ୟାୟିକ ସେବା ନିୟମ (୬ଏ)କୁ ରଦ୍ଦ କରି କହିଛନ୍ତି ଯେ ପ୍ରାର୍ଥୀଙ୍କୁ ତାଙ୍କର ଅକ୍ଷମତାକୁ ଆଧାର କରି କୌଣସି  ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ। ତେବେ ଏହା ସମାନତା ଏବଂ ଅନ୍ତର୍ଭୁକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ।

ଜଷ୍ଟିସ୍ ଜେ.ବି. ପାରଡିୱାଲା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କ ଖଣ୍ଡପୀଠ କିଛି ଆବେଦନକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ଘଟଣା ମଧ୍ୟପ୍ରଦେଶର। ଯେଉଁଠାରେ ଜଣେ ମହିଳା ଏହି ନିୟମକୁ ଚ୍ୟାଲେଞ୍ଜ କରିଥିଲେ କାରଣ ତାଙ୍କର ଦୃଷ୍ଟିହୀନ ପୁଅ ନ୍ୟାୟିକ ସେବାରେ ଯୋଗ ଦେବାକୁ ଚାହୁଁଥିଲେ ମଧ୍ୟ ସେ ଅଂଶଗ୍ରହଣ କରିପାରିନଥିଲା। ସେ ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଥିଲେ ଓ ଏହା ଏକ ପିଆଇଏଲ୍ ଭାବରେ ସୁପ୍ରିମକୋର୍ଟକୁ ଆସିଥିଲା।

Comments are closed.