Latest Odisha News

BREAKING NEWS

ରାଉରକେଲାରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ର ଏକ କ୍ୱାଟରରୁ ପୋଲିସ ରବିବାର ବିଳମ୍ବିତ ରାତିରେ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଆରଏସପି)ର ଏକ କ୍ୱାଟରରେ ସେକ୍ସ ର‌୍ୟାକେଟ୍ ଚାଲୁଥିବା ନେଇ ଖବର ପାଇବା ପରେ ସେକ୍ଟର୍-୧୫ ପୋଲିସ ଉକ୍ତ ଘର ଉପରେ ଚଢାଉ କରିଥିଲେ । ଏହାବ୍ୟତୀତ ସେଠାରେ ଥିବା ୨ ଗ୍ରାହକ ଓ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଥିଲେ । ଏପରିକି ଏହି ଦେହ କାରବାରରେ ସପୃକ୍ତ ରହିଥିବା ୩ଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରିଛି ।

ଗିରଫ ବ୍ୟକ୍ତିମାନଙ୍କ ସହିତ ଏହି ସେକ୍ସ ର‌୍ୟାକେଟର କିଙ୍ଗପିନ ସହ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି ।

Leave A Reply

Your email address will not be published.