ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରୁ ଓହରି ଯାଇଛନ୍ତି । ୧-୧ ସମାନ ସ୍ଥିତିରେ ଥିବା ସିରିଜର ଅନ୍ତିମ ମ୍ୟାଚ ଲର୍ଡସରେ ୧୭ ଜୁଲାଇରେ ଖେଳାଯିବ । ଦ୍ୱିତୀୟ ଦିିନିକିଆରେ ସେ ବ୍ୟାଟିଂ କରୁଥିବା ବେଳେ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ । ପରେ ସେ ବୋଲିଂ କରିବାକୁ ଆସି ନ ଥିଲେ । ଏହ ସିରିଜ ଅବସରରେ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ମଧ୍ୟ ଆଘାତପ୍ରାପ୍ତ ହୋଇ ସିରିଜରୁ ଓହରି ଯାଇଛନ୍ତି ।
ଦ୍ୱିତୀୟ ଦିିନିକିଆରେ ଇଂଲଣ୍ଡ ବିଜୟ ହାସଲ କରିଥିଲା । ସୁନ୍ଦରଙ୍କ ବଦଳରେ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । କୂଲଦୀପ ଯାଦବ, ପ୍ରିନ୍ସ ଯାଦବ ଓ ଅର୍ଶଦୀପ ସିଂଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇପାରେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଟିମ ଇଣ୍ଡିଆ ଏବେ ଦିିନିକିଆ ସିରିଜ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।