Latest Odisha News

BREAKING NEWS

ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି,୧୫ ଦିନ ମଧ୍ୟରେ ସମାଧାନ ନିର୍ଦ୍ଦେଶ

କଟକ:  ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି । କଟକରେ ଉପୁଜୁଛି ଜଳବନ୍ଦୀ ସ୍ଥିତି । ବିଶେଷ କରି ମହାନଦୀବିହାର ଅଞ୍ଚଳରେ ଅଳ୍ପ ବର୍ଷାରେ ବି ସମସ୍ୟା ଉପୁଜୁଛି । ଏନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇଛି ପ୍ରଶାସନ । ରାସ୍ତା ମରାମତି ସହିତ ଜଳ ନିସ୍କାସନ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ ସାରିବାକୁ ତତ୍ପର ହୋଇଉଠିଛି ପ୍ରଶାସନ ।

ଦ୍ୱାର କଟକ ବିଧାୟକଙ୍କ ସହ ସୌଭିକ୍ ବିଶ୍ୱାଳ ମହାନଦୀବିହାରର ସମସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । ବିଧାୟକଙ୍କ ସହ ପିଏଚଡି,ସିଏମସି, ଜାଇକା, ରାସ୍ତା ବିଭାଗର ଅଧିକାରୀମାନେ ଗସ୍ତ କରିଥିଲେ ।  ବିଧାୟକ ସବୁ ବିଭାଗଙ୍କ ସହ ଆଲୋଚନା କରି ଆସନ୍ତା ୧୫ ଦିନ ମଧ୍ୟରେ ସବୁ ସମସ୍ୟାକୁ ସମାଧାନ କରିବା ଲାଗି ଅଧିକାରୀଙ୍କୁ କହିଥିଲେ । ବିଶେଷ କରି ମହାନଦୀ ବିହାର ଅଞ୍ଚଳରେ ଥିବା ରାସ୍ତାଗୁଡିକୁ ଶୀଘ୍ର ମରାମତି କରିବା,  ଜଳ ନିଷ୍କାସନ କିପରି ହୋଇପାରିବ ସେ ନେଇ ସମସ୍ତ ବିଭାଗର ଅଧିକାରୀଙ୍କୁ କୁହାଯାଇଛି। ।

ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଏହି ସମସ୍ୟା ଗୁଡିକୁ ଯୁଦ୍ଧ କାଳୀନ ଭିତରେ ସାରିବାକୁ କୁହାଯାଇଛି। ପ୍ରତ୍ୟକ ବର୍ଷ ମହାନଦୀ ବିହାର ଅଞ୍ଚଳରେ ବର୍ଷା ଓ ନର୍ଦ୍ଦମା ଜଳ ଘର ଭିତରକୁ ପ୍ରବେଶ କରିଥାଏ । ଆଉ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଲୋକେ ଯାତାୟାତ କରିଥାନ୍ତି। ଫଳରେ ଅଞ୍ଚଳବାସୀ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି  । ତେଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆଗାମୀ ୧୫ ଦିନ ମଧ୍ୟରେ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।.. . .

Leave A Reply

Your email address will not be published.